Odiapua.com

ବାଲୁକେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ବ୍ଲକ ରାମକୃଷ୍ଣପୁର ପଂଚାୟତ ବାଲୁକେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ୩ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନିରୁଦ୍ଧ ମଙ୍ଗଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ କ୍ରୀଡାରେ ବିଦ୍ୟାଳୟର ଶିଶୁବାଟିକା ରୁ ସପ୍ତମଶ୍ରେଣୀ ର ୧୫୦ ଜଣ ଛାତ୍ର ଛାତ୍ରୀ ଦୌଡ, ମିୟୁଜିକ୍ ଚେୟାର, ସର୍ଟଫୁଟ୍ , ସ୍କିପିଙ୍ଗ, ବ୍ୟାଡମିଂଟନ, ପୁଚି, ଆଳୁ ଦୌଡ, ଗଣିତ ଦୌଡ, ଜିଲାପି ଦୌଡ ସମେତ ବିଭିନ୍ନ କ୍ରୀଡାରେ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୪୨ଜଣ ଛାତ୍ର ଛାତ୍ରୀ ୧ମ ୨ୟ ୩ୟ ସ୍ଥାନ ଅଧିକାର କରିଥିଲେ। ସିଆରସିସି ସନ୍ତୋଷ କୁମାର ମଲ୍ଲିକ,କ୍ରୀଡା ଶିକ୍ଷକ ଦିବାକର ଭଞ୍ଜ ,ଶିକ୍ଷକ ଦେବବ୍ରତ ପାଢ଼ୀ, ସୁଧୀର କୁମାର ସାହୁ , ରଶ୍ମିରଂଜନ ସାହୁ ଶିକ୍ଷୟତ୍ରୀ ପୁଷ୍ପଲତା ଶଙ୍ଖୁଆ, ମୋନାଲିସା ନାୟକ, ହରପ୍ରିୟା ଦେହୁରୀ, ମହେଶ୍ୱତା ମଲ୍ଲିକ, ପରିଚାଳନା କମିଟି ସଭାପତି କାହ୍ନୁ ଚରଣ ସେଠୀ, ଉପସଭାନେତ୍ରୀ ମିନତୀ ସାହୁ ସମେତ ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ। କୃତି ଛାତ୍ର ଛାତ୍ରୀଙ୍କୁ ଆଗାମୀ ବାର୍ଷିକ ଉତ୍ସବରେ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯିବ।