Odiapua.com

ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କର ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବାଲୁକା କଳା

ପୁରୀ ୧୪-୮ (ଓଡ଼ିଆ ପୁଅ) ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କର ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ଥିମକୁ ନେଇ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ବାଲୁକା କଳା ନିର୍ମାଣ କରିଥିଲେ। ଏହି ବାଲୁକା ଚିତ୍ରକଳା ମାଧ୍ୟମରେ ମାନସ ସାରା ଭାରତ ବାସୀଙ୍କୁ ୭୫ ତମ ସ୍ଵାଧୀନ ଦିବସ ର ଅଭିନନ୍ଦନ ଜଣାଇଛନ୍ତି।

ଏହି ବାଲୁକା କଳାରେ ଦେଶ କିପରି ଉନ୍ନତି ପଥରେ ଆଗେଇ ଚାଲିଛି ତାହା ଦର୍ଶାଯାଇଛି। ଏହି ବାଲୁକା କଳାଟି ଦିଲ୍ଲୀର ଯମୁନା ନଦୀ କୂଳରେ ନିର୍ମାଣ କରାଯାଇଥିଲା। ଏହି ବାଲୁକା କଳାଟି ୨୦ ଫୁଟ ଓସାର ୬ ଫୁଟ ଲମ୍ବ ଏବଂ ଏଥିରେ ୪୦ ଟନ ବାଲି ଉପଯୋଗ କରାଯାଇଥିଲା।