Odiapua.com

ବାଲୁକାକଳାରେ ଭାରତରତ୍ନ ଲତାମଙ୍ଗେସକରଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା

ପୁରୀ,୧୨।୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଭାରତ ରତ୍ନ ତଥା ଭାରତ ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଲତା ମଙ୍ଗେସକର କୋଭିଡ଼ ରେ ଆକ୍ରାନ୍ତ ହୋଇ ଏବେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ICU ତାଙ୍କୁ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ତେବେ ଲତା ମଙ୍ଗେସକରଙ୍କ ଦୃତ ଆରୋଗ୍ୟ କାମନା ସାରା ଦେଶ କରୁଥିବା ବେଳେ ବାଲୁକା ଚିତ୍ରକଳା ମାଧ୍ୟମରେ ମଧ୍ୟ ଦୃତ ଆରୋଗ୍ୟ କାମନା କରିଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମି ସେ ଏହି ବାଲୁକା ଚିତ୍ରକଳା ଟି ଗଢିଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ଲତା ମଙ୍ଗେସକରଙ୍କୁ ଶୀଘ୍ର ଠିକ କରିଦିଅନ୍ତୁ ବୋଲି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରାର୍ଥନା କରିଛନ୍ତି।