Odiapua.com

ବାଲି ବୋଝେଇ ହାଇୱା ଜବତ

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଆନନ୍ଦପୁର ରାଜ୍ୟ ରାଜପଥରେ ବେଆଇନ ଗାଡ଼ି ଚାଳକଙ୍କୁ ବନ୍ତ ପୋଲିସର ଛାଟ ସର୍ବତ ଚର୍ଚ୍ଚା ଆଲୋଚନା ହେଉଛି। ଏହି ପରିପ୍ରେକ୍ଷିରେ ବେଆଇନ ଭାବେ ବାଲି ଚାଳାଣ କରୁଥିବା ୨ ଗୋଟି ହାଇୱା ଜବତ କରିଛି ବନ୍ତ ପୋଲିସ। ଭଦ୍ରକ ଆନନ୍ଦପୁର ରାଜପଥର ବନ୍ତ ଥାନା ଛକରେ ବାଲି ବୋଝେଇ ହାଇୱାକୁ ପୋଲିସ ଅଟକାଇ କାଗଜ ପତ୍ର ଯାଚଂ କରିଥିଲା। ହେଲେ ଚାଳକ ବୈଧ କାଗଜ ପତ୍ର ଦେଖାଇ ପାରିନଥିଲେ। ସେହିପରି ରବିବାର ଅନ୍ୟ ଏକ ବାଲି ବୋଝେଇ ହାଇୱାକୁ ପୋଲିସ ଜବତ କରିଥିଲା। ଉଭୟ ଗାଡିକୁ ଫାଇନ କଟାଯାଇଥିବା ଥାନାଧିକାରୀ ସୁପ୍ରକାଶ ମହାନ୍ତି କହିଛନ୍ତି।