Odiapua.com

ବାଲି ଚାଲାଣ ପ୍ରସଙ୍ଗ : ଟ୍ରିପର ମାଲିକ ଓ ପ୍ରଶାସନ ମୁହାଁମୁହିଁ

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଅନୈତିକ ବାଲି ଚାଲାଣ ପ୍ରସଙ୍ଗ ଏବେ ରାଜ୍ୟ ସାରା ହଟଚମଟ ସୃଷ୍ଟି କରିଛି । ଓଭରଲୋଡିଂ, ରୟାଲଟି ଫାଙ୍କିବାକୁ ନେଇ ପ୍ରଶାସନିକ କଟକଣା ଜୋରଦାର ଚାଲିଥିବାବେଳେ ଟ୍ରିପର ମାଲିକମାନଙ୍କ ମଧ୍ୟରୁ କେତେଜଣଙ୍କ ଦୌରାତ୍ମ୍ୟ ଚରମସୀମାରେ ପହଞ୍ôଚଛି । ଚୋରା ବାଲି ଚାଲାଣକୁ ନେଇ ଫାଇନ୍ କଟାଯିବା ସହଜରେ ହଜମ କରିପାରୁନଥିବ କେତେକ ମାଲିକମାନେ ରାତି ସମୟରେ ବାଲି ବୋଝେଇ ଗାଡିକୁ ଅଟକ ରଖାଯିବା ଘଟଣାକୁ ପ୍ରତିବାଦ କରି ଥାନାରେ ଲିଖିତ ଅଭିଯୋଗ କରିବା ପରେ ନିଜ ସୁରକ୍ଷା ତଥା ଆଇନଗତ ପଦକ୍ଷେପକୁ ନଜରରେ ରଖି ବାସୁଦେବପୁର ତହସିଲରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ନିକଟସ୍ଥ ଥାନାରେ ଆଣିଛନ୍ତି ଲିଖିତ ଅଭିଯୋଗ । ମିଳିଥିବା ସୂଚନା ମୁତାବକ ତହସିଲ ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କ ସମେତ କେତେକ କର୍ମଚାରୀ ବାଲି ବୋଝେି ଟ୍ରିପରକୁ ଅଟକାଇ ଫାଇନ୍ କାଟୁଥିବା ସମୟରେ ଅନ୍ୟ ଏକ ବାଲି ବୋଝେଇ ଟ୍ରିପର ଆସିଥିଲା । ଓଭରଲୋଡିଂ ସ୍ପଷ୍ଟ ଭାବରେ ଜଣାପଡୁଥିବା ବେଳେ ରୟାଲିଟ ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ପାଇଁ ଅତିରିକ୍ତ ତହସିଲଦାର ଟ୍ରିପରକୁ ଅଟକାଇବା ସମୟରେ ଗାଡି ମଡାଇ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଗାଡି ଚାଳନାକୁ ଦେଖି ଦୂରେଇଯାଇ ଗାଡିକୁ ଏକ ମୋଟର ସାଇକେଲ୍ ଯୋଗେ ପିଛା କରି ପରେ ଗାଡିକୁ ଅଟକାଇ ତହସିଲ ସମ୍ମୁଖକୁ ଆଣି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ । ପରେ ଟ୍ରପିର ମାଲିକ ସଂଘର କେତେଜଣ ମାଲିକମାନଙ୍କ ସହ କେତେକ ସହଯୋଗୀ ଘଟଣାସ୍ଥଳରେ ପହଞ୍ôଚ ଅତିରିକ୍ତ ତହସିଲଦାରଙ୍କ ଦୁଃବ୍ୟବହାର ପ୍ରଦର୍ଶନ କରାଯିବା ନେଇ ଅଭିଯୋଗ ଆସୁଥିବାବେଳେ ଟ୍ରିପର ମାଲିକ ସଂଘ କାଗଜପତ୍ର ଯାଞ୍ଚଳ ଆଳରେ ଡ୍ରାଇଭରକୁ ମାଡମାରିବା ସହ ତହସିଲ କାର୍ଯ୍ୟାଳୟକୁ ଡାକିନେଇ ଦୁଃବ୍ୟବହାର କରିଥିବା ଥାନାରେ ଲିଖିତ ଅଭିଯୋଗ ହେୁଛି । ଅଭିଯୋଗ ଆସିବା ପରେ ବାସୁଦେବପୁର ପୁଲିସ୍ ଘଟଣାର ତଦନ୍ତ କରୁଥିବା ସହ ଜବତ ଗାଡିକୁ ବାସୁଦେବପୁର ଥାନାକୁ ହସ୍ତାନ୍ତର କରାଯିବା ନେଇ ଜିଲା ପରିବହନ ବିଭାଗର ନିର୍ଦ୍ଦେଶ ଥିବା ଜାଣିବାକୁ ମିଳିଛି ।