Odiapua.com

ବାଲିସାହି ବସ୍ତିରେ ବନ୍ୟା ପାଣି ପ୍ରବେଶ ଯୋଗୁଁ ମେୟର ଓ ଡେପୁଟି କମିଶନର ପାଣି ଘେରରେ ଥିବା ବସ୍ତି ପରିଦର୍ଶନ

କଟକ, ୧୬/୮ (ଓଡ଼ିଆ ପୁଅ /ଅଭୟ ଜେନା) ଆଜି ଅପରାହ୍ନରେ କାଠଯୋଡ଼ି କୂଳରେ ଅବସ୍ତିତ ବାଲିସାହି ବସ୍ତିରେ ବନ୍ୟା ଜଳ ପ୍ରବେଶ କରିବାର ଖବର ପାଇଁ ମେୟର ସୁବାସ ସିଂହ ତତକ୍ଷଣାତ ବାଲିସାହି ବସ୍ତିରେ ପହଁଚି ଥିଲେ। ସାଙ୍ଗରେ କଟକ ମହାନଗର ନିଗମ ଅଧିକାରୀ ଅଜୟ ମହାନ୍ତି ଓ ଶ୍ୱେତପଦ୍ମା ଶତପଥି ଥିଲେ। ବସ୍ତି ବାସିନ୍ଦାଙ୍କ ସମସ୍ତ ପ୍ରକାର ଅସୁବିଧାକୁ ହୃଦୟଙ୍ଗମ କରି ମେୟର ସୁବାସ ସିଂହ ସେମାନଙ୍କର ଖାଇବା ଓ ରହିବା ଆୟୋଜନ କରିଥିଲେ।

ବନ୍ୟା ଜଳରେ ଆତଙ୍କିତ ବସ୍ତି ବାସିନ୍ଦା ସ୍ଥାନୀୟ ସାର୍ଥଳ ପ୍ରାଥମିକ ବିଦ୍ୟାଳୟ ଓ ପୋପରଦା ଉଚ୍ଚ ବିଦ୍ୟାଳୟରେ ହୋଇ ଥିବା ଆଶ୍ରୟ ସ୍ଥଳକୁ ବସ ଯୋଗେ ମେୟରଙ୍କ ଉପସ୍ଥିତିରେ ସ୍ଥାନାନ୍ତର କରାଯାଇଥିଲା। ଆଶ୍ରୟ ସ୍ଥଳର ସୁବ୍ୟବସ୍ଥା ପରିସ୍କାର କରିବା, ରାତ୍ରି କାଳୀନ ଆଲୋକ ବବ୍ୟସ୍ଥା, ପାନୀୟ ଜଳର ସୁବିଧା ଉପସ୍ଥିତ ଅଧିକାରୀମାନେ ଦାୟୀତ୍ୱର ସହ ମେୟରଙ୍କ ଉପସ୍ଥିତିରେ କରାଇଥିଲେ। ଉକ୍ତ ସମୟରେ ୩୮ନମ୍ବର ୱାର୍ଡର କର୍ପୋରେଟର ସୁବାଶୀଷ ପଟ୍ଟନାୟକ ୫୦ ନମ୍ବର ୱାର୍ଡ କର୍ପୋରେଟର ସନ୍ତୋଷ ବଳ ରାଜୀବ ମହାନ୍ତି ସ୍କୁଲ ପରିଚାଳନା କମିଟି ସଦସ୍ୟ ବାଲିସାହି ବସ୍ତି ବାସିନ୍ଦା ସନାତନ ବେହେରା, ସହଦେଵ ବେହେରା, ତୁଳସି ବେହେରା, ଦେବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।