Odiapua.com

ବାଲିମେଳା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣାରେ ନିଖୋଜ ଦୁଇଜଣଙ୍କ ମୃତ ଶରୀର ଉଦ୍ଧାର

ମାଲକାନଗିରି, ୨୭/୪ (ଓଡ଼ିଆ ପୁଅ) ଗତ ସୋମବାର ଦିନ ଚିତ୍ରକୋଣ୍ଡା ବ୍ଲକ ସ୍ଵାଭିମାନ ଅଞ୍ଚଳର ବାଲିମେଳା ଜଳଭଣ୍ଡାର ଓରାପଦର ଗ୍ରାମ ନିକଟରେ ଡଙ୍ଗା ବୁଡ଼ିବା ଘଟଣାରେ ନିଖୋଜ ଥିବା ଦୁଇ ଜଣ ଯୁବକଙ୍କର ଦୀର୍ଘ ୪୮ ଘଂଟା ପରେ ଆଜି ଉଦ୍ଧାର ହୋଇଛି। ଉଦ୍ଧାର ମୃତ ଶରୀରକୁ ପୁଲିସ ଜବତ କରି ଶବବ୍ୟବଛେଦ ପରେ ସେମାନଙ୍କ ପରିବାରରକୁ ହସ୍ତାନ୍ତର କରିଛନ୍ତି।

ସୂଚନା ଯୋଗ୍ୟଯେ, ସ୍ୱାଭିମାନ ଅଞ୍ଚଳ ନାରିଙ୍ଗଝୋଲା ଗ୍ରାମରେ ସୋମବାର ସାପ୍ତାହିକ ହାଟ ସାରି ଏକ ଦେଶୀ ଡ଼ଙ୍ଗା ସାହାଯ୍ୟରେ ତିନିଜଣ ସୋମବାର ଅପରାହ୍ନରେ ନିଜ ଘର ଅରିଂ ଗ୍ରାମକୁ ଫେରିବା ସମୟରେ ଓରାପଦର ପାଖରେ ଡଙ୍ଗାଟି ବୁଡି ଯାଇଥିଲା। ଫଳରେ ଦୁଇ ଜଣ ନିଖୋଜ ଥିବା ବେଳେ ଜଣେ ପହଁରି ପହଁରି କୂଳରେ ପହଞ୍ଚି ଉଦ୍ଧାର ହୋଇଥିଲେ। ସୋମବାର ଠାରୁ ଦମକଳ ବାହିନୀ ଓ ଚିତ୍ରକୋଣ୍ଡା ଯୋଡ଼ାମ୍ବ ଥାନା ପୁଲିସ ଗ୍ରାମବାସୀ ମାନେ ନିଖୋଜଙ୍କୁ ଖୋଜା ଚଳାଇଥିଲେ।

ଆଜି ସକାଳେ ସେହି ଦୁଇ ନିଖୋଜଙ୍କ ମୃତ ଶରୀର ଜଳଭଣ୍ଡାରରେ ଭାସୁଥିବାର ଦେଖି ସେମାନଙ୍କୁ ପୁଲିସ ଅଗ୍ନିଶମ ବାହିନୀ ଓ ଗ୍ରାମ ବାସୀମାନେ ଉଦ୍ଧାର କରିଛନ୍ତି।

ମୃତ୍ୟୁବରଣ କରିଥିବା ଦୁଇ ଜଣ ହେଲେ ଯନ୍ତ୍ରୀ ପଞ୍ଚାୟତ ଓରଙ୍ଗୀ ଗ୍ରାମର ସୁନା ମୁଦୁଲି(୨୦) ଓ ଜଗନ୍ନାଥ ଗଲୋରୀ(୧୯)।