Odiapua.com

ବାଲିବୋଝଇ ଟ୍ରାକ୍ଟର ଜବଦ

ହାଟଡିହି, ୨୭ /୯: (ଓଡିଆପୁଅ/ବିକାଶ ବିଶ୍ୱାଳ) ଓରାଳି-ଶାଳଣିଆଁ ରାସ୍ତାର ଶାଳକଣିଆଁ ନିକଟରେ ପୁଲିସ ଏକ ବାଲି ବୋଝେଇ ଟ୍ରାକ୍ଟର ଜବଦ କରିଛି । ପୁଲିସ ଏସ.ଆଇ ବିଶ୍ୱଜିତ ବେହେରା ଏହି ରାସ୍ତାଦେଇ ଯାଉଥିବା ସମୟରେ ଟ୍ରାକ୍ଟରକୁ ଅଟକାଇ କାଗଜପତ୍ର ମାଗିବାରୁ ଗାଡି ଚାଳକ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ । ବିନା କାଗଜପତ୍ରରେ ଆମେ ପ୍ରତିଦିନ ଏହିପରି ବାଲିଚାଲଣ କରୁଛୁ ବୋଲି କହିବାରୁ ପୁଲିସ ଏସ.ଆଇ ଜଣକ ଗାଡିଟିକୁ ଜବଦକରି ନନ୍ଦିପଦା ପୁଲିସକୁ ହସ୍ତାନ୍ତର କରଛନ୍ତି ।