Odiapua.com

ବାଲିବରେଇ ପଞ୍ଚାୟତରେ ଆସୁ ଚିକିତ୍ସାକେନ୍ଦ୍ର ଉଦ୍‌ଘାଟିତ

ହାଟଡ଼ିହି, ୨୯। ୮ :(ଓଡିଆ ପୁଅ/ ବିକାଶ ବିଶ୍ୱାଳ) ଦୃଢ଼ ଇଛାଶକ୍ତି ଓ କିଛି କରି ଦେଖାଇବାର ସ୍ୱପ୍ନକୁ ଧିରେ ଧିରେ ସାକାର କରୁଛନ୍ତି ବାଲିବରେଇ ପଞ୍ଚାୟତର ସରପଞ୍ଚ। ହାଟଡିହି ବ୍ଲକର ବାଲିବରେଇ ପଞ୍ଚାୟତଟି ଆଦିବାସୀ ହରିଜନ ବହୁ ପଞ୍ଚାୟତ ହୋଇଥିବାବେଳେ ଏଠାରେ ସ୍ୱାସ୍ଥ୍ୟସେବାର କୌଣସି ସୁବିଧା ନାହିଁ। ଗାଁ ଠାରୁ ୫କିଲୋମିଟର ଦୁରରେ ସୋସୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବିପରିତ ପଟେ ୬କିଲୋମିଟର ଦୁର ହଦଗଡ ଠାରେ ଡାକ୍ତରଖାନା ଥିଲେବି ଅଧିକାଶଂ ସମୟରେ ଡାକ୍ତର ରହୁନଥିବାରୁ ଲୋକମାନେ ସ୍ୱାସ୍ତ୍ୟସେବାରୁ ବଞ୍ଚିତ ହୋଇ ରହି ଆସୁଛନ୍ତି। ଲୋକମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷନେଇ ସରପଞ୍ଚ ହରପ୍ରୀୟା ଦଣ୍ଡପାଟ ବିଦ୍ୟାଧରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଆଶୁ ଚିକିତ୍ସାକେନ୍ଦ୍ର ଖୋଲିଛନ୍ତି। ସ୍ଥାନୀୟ କିଛି ସଂଗଠନ ଓ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗରେ ଜଣେ ଫାର୍ମାସିଷ୍ଟ ଓ ଜଣେ ନର୍ସଙ୍କ ଦ୍ୱାରା ଏହି ଆଶୁ ଚିକିତ୍ସାକେନ୍ଦ୍ର ଚାଲିବା ସହିତ ପ୍ରତି ମାସରେ ଜଣେ ଜଣେ ବିଷେଷଜ୍ଞ ଡାକ୍ତର ବସି ସ୍ୱାସ୍ଥ୍ୟସେବା ଯୋଗାଇବେ ବୋଲି ଲକ୍ଷ ରଖା ଯାଇଛି। ସରପଞ୍ଚ ହରପ୍ରୀୟା ଦଣ୍ଡପାଟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହାର ଉଦ୍‌ଘାଟନ ଉତ୍ସବରେ କେନ୍ଦୁଝର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ସମାଜସେବୀ ଅଜୟ କୁମାର ଘଡେଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟା ଦମୟନ୍ତୀ ଜେନା, ଶିକ୍ଷାବିତ ରାମଚନ୍ଦ୍ର ଜେନା, ମକରଧ୍ୱଜ ଥାଟୋଇ, ବୈକୁଣ୍ଠନାଥ ରାଉତ, ତ୍ରୀଲୋଚନ ପହି, ଭଗବାନ ବେହେରା, ଅଭିମନ୍ୟୁ ରାଉତ, ଅଶୋକ କୁମାର ପଣ୍ଡା, ପିତାମ୍ବର ପଣ୍ଡା, ବୈଷ୍ଣବ ପୁହାଣ, ଭଗବାନ ବିଶ୍ୱାଳ, ସମାଜସେବୀ ରବିନ୍ଦ୍ର କୁମାର ଲେଙ୍କା, ହୃଶିକେଶ ମହାନ୍ତି, ଅନନ୍ତ ଆୟଚ, ହରିନାଥ ରାଉତ, ବିଶ୍ୱନାଥ ପୁହାଣ, ଚିନ୍ତାମଣି ମହାନ୍ତି, ଅଭୟ କୁମାର ଜେନା, ଆନନ୍ଦ ଚନ୍ଦ୍ର ଧଳ, ନିରଞ୍ଜନ ରାଉତ, ବିଦ୍ୟୁତଲତା ମଲ୍ଲିକ, କୁସୁମ ମଲ୍ଲିକ, ବୀଣାପାଣି ମଲ୍ଲିକ ଓ ସମସ୍ତ ୱାର୍ଡ ସଭ୍ୟସଭ୍ୟା, ସ୍ୱାସ୍ଥ୍ୟ ବିଭାଗ ସହ ଜଡିତ ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।