Odiapua.com

ବାଲିପୋଖରୀ ଏସ୍‌କେପ୍ ଓ ବୈତରଣୀ ବାମପଟ ନଦୀବନ୍ଧ ସୁରକ୍ଷା ଦାବି ନେଇ ପ୍ରଶାସନକୁ ଭେଟିଲେ ପ୍ରତିନିଧି ଦଳ

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥ ପ୍ରସାଦ ବାଲିଖାଦାନ ଲିଜ ବାତିଲ ଓ ବାଲିପୋଖରୀ ଏସ୍‌କେପ୍‌, ବୈତରଣୀ ବାମପଯ ନଦୀବନ୍ଧ ସୁରକ୍ଷା ଦାବି ନେଇ ବୈତରଣୀ ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଦାବି ଜଣାଇଛି । ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ତଥା ଜିଲ୍ଲା ସଭାପତି ସୁବ୍ରତ ଦାସ ଏବଂ ବିଜେପି ଭଣ୍ଡାରିପୋଖରୀ ନେତା ବଦ୍ରିନାରାୟଣ ଧଳଙ୍କ ସମେତ କମିଟିର ସଦସ୍ୟ ସଂଜିବ ପରିଡା, ଅକ୍ଷୟ କୁମାର ତ୍ରିପାଠୀ ଏସ୍‌ପି ଚରଣସିଂ ମୀନାଙ୍କୁ ଭେଟି ସେମାନଙ୍କ ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ବୈତରଣୀ ନଦୀର ବାମପାଶ୍ୱର୍ ନଦୀବନ୍ଧ ଉପରେ ଆଖୁଆପଦା ଆନିକଟ ଠାରୁ ପ୍ରାୟ ୧ କି.ମି. ତଳକୁ ବାଲିପୋଖରୀ ଏସ୍‌କେପ୍ । ଏହି ଏସ୍‌କେପ୍ ସାମ୍‌ନା ବୈତରଣୀ ନଦୀର ଦକ୍ଷିଣ ପାଶ୍ୱର୍ ନଦୀଗର୍ଭକୁ ପୋତାଯାଇ ନଦୀର ଭୌଗୋଳିକ ସ୍ଥିତିକୁ ପରିବର୍ତ୍ତନ କରିବା ଫଳରେ ଏହାର ପ୍ରସ୍ଥ ସଂକୁଚିତ ହୋଇଛି । ଏସ୍‌କେପ୍ ସାମ୍‌ନାରେ ବୈତରଣୀ ନଦୀର ଆଉ ଏକ ଶାଖା ନଦୀ କୁଶେଇକୁ ମଧ୍ୟ ସଂକୁଚିତ କରିଛି । ଏହି ଶାଖା ନଦୀର ବାମପାଶ୍ୱର୍ ନଦୀବନ୍ଧ କରାଯାଇ ଯାଜପୁର ଜିଲ୍ଲାକୁ ସଂଯୋଗ କରାଯାଇଛି ଓ କିଲ୍ଲାଘାଟ ଠାରୁ ବଳିଘାଇ ନଦୀବନ୍ଧକୁ ସଂଲଗ୍ନ କରି ଜ୍ଝଏକ ଘେରି ବନ୍ଧ ନିର୍ମାଣ କରାଯାଇଛି । ଯାହା ଫଳରେ ବନ୍ୟା ସମୟରେ ଏହି ଅଞ୍ଚଳ ଦେଇ ପ୍ରାକୃତିକ ଉପାୟରେ ପ୍ରବାହିତ ହେଉଥିବା ବନ୍ୟାଜଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି । ଫଳରେ ଏହି ବାଧାପ୍ରାପ୍ତ ବନ୍ୟାଜଳ ପ୍ରଧାନ ଶାଖାରେ ପ୍ରବାହିତ ହେବାର ବ୍ୟବସ୍ଥା ହୋଇଛି । ଆଖୁଆପଦା ଆନିକଟ ଠାରେ ପୂର୍ବ ଆକଳନ ଅନୁଯାୟୀ ଅଧିକ ଗେଜ୍‌ର ଜଳ ପ୍ରବାହିତ ହେବା ଦ୍ୱାରା ବୈତରଣୀ ବାମପାଶ୍ୱର୍ ଦୁର୍ବଳ ନଦୀବନ୍ଧ ଉପରେ ବନ୍ୟାଜଳ ପ୍ରବାହିତ ହେବା ସହିତ ବାଲିପୋଖରୀ ଏସ୍‌କେପ ଭାଙ୍ଗି ପ୍ରଳୟଙ୍କରୀ ବନ୍ୟା ହୋଇଥିଲା । ଭଣ୍ଡାରିପୋଖରୀ ବ୍ଳକର ଲକ୍ଷଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ ।

କେବଳ ଭଣ୍ଡାରିପୋଖରୀ ନୁହେଁ ତିହିଡ଼ି, ଧାମନଗର, ଚାନ୍ଦବାଲି ବ୍ଳକ ମଧ୍ୟ ପ୍ରଭାବିତ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଆଖୁଆପଦା ଦକ୍ଷିଣପାଶ୍ୱର୍ ଆନିକଟ ଠାରୁ କୁଶେଇ ନଦୀ ପର୍ଯ୍ୟନ୍ତ ଦୁଇଗୋଟି ଟେଣ୍ଡର ଯଥାକ୍ରମେ ୨୧ କୋଟି ଓ ୨୧ କୋଟି ମୋଟ ୪୨ କୋଟି, କୁଶେଇ ନଦୀ ମୁହାଁଣ ଠାରୁ ବୈତରଣୀ ତଳପାଶ୍ୱର୍ ଘେରିବନ୍ଧ କଡରେ ଆଉ ଏକ କାର୍ଯ୍ୟ ପାଇଁ ୨୧ କୋଟି ଟଙ୍କାର ଟେଣ୍ଡର ହୋଇଛି । ଯାହା ସମ୍ପୂର୍ଣ୍ଣ ବେନିୟମରେ ହୋିଛି । ଜଳସମ୍ପଦ ବିଭାଗ ଏକ ସ୍ୱତନ୍ତ୍ର ବିଭାଗ, ଏହି ବିାଭଗର ର ଅନୁମତି ନ ନେଇ ପୂର୍ତ୍ତ ବିଭାଗ ଏହାର ଟେଣ୍ଡର କରିଛି । ଯାହା ଏକ ଧର୍ତ୍ତବ୍ୟ ଅପରାଧ । ତେଣୁ ଏ ସବୁର ତଦନ୍ତ କରାଯାଇ ନଦୀଶଯ୍ୟାକୁ ଅବରୋଧ ନକରି ହୋଇଥିବା ଟେଣ୍ଡରକୁ ବାତିଲ କରାଯିବାକୁ କମିଟି ଦାବି ଉପସ୍ଥାପନ କରିଛି । ଏଥି ସହିତ ବୈତରଣୀ ବାମପାଶ୍ୱର୍ ନଦୀବନ୍ଧ ଓ ବାଲିପୋଖରୀ ଏସ୍‌କପେ୍‌କୁ ସୁରକ୍ଷା ଦେଇ ଆସୁଥିବା ବାଲିଶଯ୍ୟାକୁ କରାଯାଇଥିବା ସୈରାତ ନିଲାମକୁ ବାତିଲ କରାଯିବାକୁ ଦାବି କରାଯାଇଛି । ପ୍ରଶାସନ ଦାବି ପ୍ରତି କର୍ଣ୍ଣପାତ ନକଲେ ଆସନ୍ତା ୭ ତାରିଖ ଆଖୁଆପଦା ଜଳସମ୍ପଦ ଉପ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି ।