Odiapua.com

ବାଲିଘାଟକୁ କେନ୍ଦ୍ରକରି ଡିମିରିଆ ରେ ସଂଘବଦ୍ଧ ଆକ୍ରମଣ, ଥାନାରେ ମାମଲା ରୁଜୁ

ହାଟଡ଼ିହି, ୧୨ । ୨ (ଓଡିଆପୁଅ / ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଡିମିରିଆ ଗ୍ରାମରେ ବାଲିଘାଟକୁ କେନ୍ଦ୍ରକରି ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଗ୍ରାମର ଚତୁର୍ଭୁଜ ମଲ୍ଲିକ ନନ୍ଦିପଦା ଥାନାରେ କରିଥିବା ଅଭିଯୋଗ ଅନୁଯାଇ ଗତକାଲି ସନ୍ଧ୍ୟା ସମୟରେ ହରିହର ବାରିକ ତାଙ୍କ ଘରକୁ ଆସି ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ବାଲିଘାଟ ନିଲାମ ପାଇଁ ଟେଣ୍ଡର କାହିଁକି ପକାଇଥିଲୁ ବୋଲି କହି ଧମକ ଚମକ ଦେବାରୁ ଚତୁର୍ଭୁଜଙ୍କ ପରିବାର ଲୋକେ କବାଟ କିଳି ଘର ଭିତରେ ରହିଗଲେ । ଏହାର କିଛି ସମୟ ପରେ ହରିହର ବାରିକ ଗାଁ ଗିତରକୁ ଯାଇ ବାପି ରାଉଳ, ଭାଗିରଥି ପ୍ରଧାନ, ପ୍ରହଲାଦ ବସନ୍ତିଆ, ରାଜୀବ ବସନ୍ତିଆ, ଚଗଲା ବାରିକ, ଅକ୍ଷୟ ରାଉଳ, ବୃନ୍ଦାବନ ବାରିକ, ବାଇଧର ବସନ୍ତିଆ, ନାଳୁ ପ୍ରଧାନ, ବାବୁ ପ୍ରଧାନ ପ୍ରମୁଖଙ୍କୁ ଡାକିଆଣିଥିଲା । ସେମାନେ ବିଭିନ୍ନ ମାରଣାସ୍ତ୍ର ଧରି ଆସି ତାଙ୍କ ଗେଟଟିକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ମାତ୍ର ଗେଟଟି ଭାଙ୍ଗି ନପାରିବାରୁ ବାହାରେ ଥିବା ବାଇକଟିକୁ ଭଙ୍ଗାରୁଜା କରି ଜୀବନରେ ମାରିଦେବାର ଧମକ ଚମକ ଦେଇ ପଳାଇଥିଲେ । ପୁନର୍ବାର ଆଜି ସକାଳେ ଚତୁର୍ଭୁଜ ନଥିବାବେଳେ ଅଭିଯୁକ୍ତ ମାନେ ଆସି ଚତୁର୍ଭୁଙ୍କ ସ୍ତ୍ରୀକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତଧମକ ଚମକ ଦେଇ ଯାଇଥିଲେ । ଚତୁର୍ଭୁଜ ଘରକୁ ଫେରିବାପରେ ଏ ସମ୍ପର୍କରେ ଶୁଣିବାପରେ ନନ୍ଦିପଦା ଥାନାକୁ ଆସି ଅଭିଯୋଗ କରିବାରୁ ନନ୍ଦିପଦା ଥାନା ପୁଲିସ ଥାନା କେସନଂ ୧୯/୨୦୨୧ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।