Odiapua.com

ବାଲିଘର ସାହିତ୍ୟ ଆସର ଓ ଜୟନ୍ତୀ ପାଳିତ

ତିର୍ତ୍ତୋଲ ୩୧-୧୦ (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ଥାନା ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତରେ ମୁଣ୍ଡିଦା ଗ୍ରାମରେ ଥିବା ପୁରାତନ ସାହିତ୍ୟ ଅନୁଷ୍ଠାନ ବାଲଘର ପକ୍ଷରୁ ପଣ୍ଡିତ ଭାସ୍କର ଚନ୍ଦ୍ର ଶତପଥିଙ୍କ ୮୨ ତମ ଜନ୍ମ ଜୟନ୍ତୀ ଓ ସାହିତ ଆସର ଏହି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ଖଡ଼ଗପୁର ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହେମନ୍ତ କୁମାର ନାୟକ ସଭାପତିତ୍ୱ କରିଥିବାବେଳେ ନାଗମଣି କର, କୈଳାଶ ଚନ୍ଦ୍ର ପ୍ରଧାନ, ପ୍ରଦୀପ୍ତ କୁମାର ଦାସ, ବସନ୍ତ ମଞ୍ଜରି ଦାସ, ରବିନ୍ଦ୍ର ଦାସ, ସାମ୍ବାଦିକ ଦିପ୍ତି ଖଣ୍ଡୁଆଳ, ନିରଞ୍ଜନ କୁଅଁର, ବୈଦନାଥ ସାହୁ ପ୍ରମୁଖ ଯୋଗଦେଇ ପଣ୍ଡିତ ଭାସ୍କର ଚନ୍ଦ୍ର ଶତପଥିଙ୍କ ସାହିତ୍ୟ ସାଧନା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରୋ ପଣ୍ଡିତ ଶତପଥିଙ୍କୁ ପୁଷ୍ପଗୁଛ ଓ ଅଙ୍ଗବସ୍ତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବାଲିଘର ସମ୍ପାଦକ କୈଳାଶ ଚନ୍ଦ୍ର ସ୍ୱାଇଁ ସଂଯୋଜନା କରିଥିବାବେଳେ ସାମ୍ବାଦିକ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।