Odiapua.com

ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ : ଯୁକ୍ତ ଦୁଇ ବାଣିଜ୍ୟରେ ସମଗ୍ର କନ୍ଧମାଳରେ ଆଶାତୀତ ସଫଳତା

ବାଲିଗୁଡ଼ା ୨୨/୬ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ଚଳିତ ବର୍ଷ ଯୁକ୍ତ ୨ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶିତ ହୋଇଛି। ଏଥିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଛାତ୍ର ବିଶ୍ୱଜିତ ମୁଖି ୪୯୦ ନମ୍ବର ରଖି ସମଗ୍ର କନ୍ଧମାଳ ଜିଲ୍ଲାରେ ଟପ୍ପର ହୋଇଛନ୍ତି। ସେ ୮୧ ପ୍ରତିଶତ ମାର୍କ ରଖିଛନ୍ତି। ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ୧୧ ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ୧୭ ଜଣ ଏବଂ ତୃତୀୟ ସ୍ଥାନରେ ୩୭ ଜଣ ଉତ୍ତିର୍ଣ୍ଣ ହୋଇଥିବା ଜଣା ପଡ଼ିଛି। ତାଙ୍କର ଏହି କୃତୀତ୍ୱ ପାଇଁ ସମଗ୍ର କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ବିଶ୍ୱଜିତ ହେଉଛନ୍ତି ସ୍ୱର୍ଗତ କୁଶ କୁମାର ମୁଖି ଓ ବିନତୀ ମୁଖିଙ୍କର ବଡ଼ ପୁଅ। ବିଶ୍ୱଜିତଙ୍କ ବାପା ଗ୍ରାମରକ୍ଷୀ ଥିଲେ ମାତା ବିନତୀ ଗୃହିଣୀ ଅଟନ୍ତି। ବିଶ୍ୱଜିତଙ୍କ ସାନଭାଇ ବର୍ତ୍ତମାନ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ପରିବାରର ସମସ୍ତ ବୋଝ ବିଶ୍ୱଜିତଙ୍କ ଉପରେ ରହିଛି। ସେ ବାଲିଗୁଡ଼ାର ପଣସପଡ଼ି ସାହିରେ ବସବାସ କରନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ ସମଗ୍ର କନ୍ଧମାଳ ସମେତ ବାଲିଗୁଡ଼ା ଅଞ୍ଚଳର ବାସିନ୍ଦା ଶୁଭେଚ୍ଛା ଜଣାଇଛନ୍ତି। ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶରତ ଚନ୍ଦ୍ର ବେହେରା ଏବଂ ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ସ୍ନେହ, ଶ୍ରଦ୍ଧା ଓ ସହଯୋଗ ତଥା ମାତା ଏବଂ ସ୍ୱର୍ଗତ ବାପାଙ୍କ ଆଶୀର୍ବାଦ ଯୋଗୁଁ ଏହି ସଫଳତା ପାଇପାରିଛି। ବାଲିଗୁଡ଼ା ମହାବିଦ୍ୟାଳୟରେ ଅଧ୍ୟୟନ କରି ମହାବିଦ୍ୟାଳୟର ସୁନାମ ଆଣିପାରିଛି ବୋଲି ବିଶ୍ୱଜିତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।