Odiapua.com

ବାଲିଗୁଡା: ବାରହା ଆକ୍ରମଣରେ ଯୁବକ ଗୁରୁତର

ବାଲିଗୁଡ଼ା, ୨୪-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ମାଦାଗୁଡା ଗାଁ ରେ ଅଭାବନୀୟ ଘଟଣା ଘଟିଛି। ସୂଚନା ପ୍ରକାରେ ମାଦାଗୁଡା ଗ୍ରାମର ରବି ମଲ୍ଲିକ ନାମକ ଜଣେ ଯୁବକ ନିକଟସ୍ଥ କାଜୁ ବଗିଚାରେ ବଗିଚା କାମସାରି ଫେରିବା ସମୟରେ ଏକ ଜଙ୍ଗଲି ବାରହା ହାବୁଡ଼ରେ ପଡ଼ିଥିଲେ। ବାରହା ଟି ହଠାତ୍ ରବିକୁ ଆକ୍ରମଣ କରିଥିଲା। ଫଳରେ ରବିର ଦୁଇ ହାତ, କାନ୍ଧ ଓ ପିଠିରେ ଗୁରୁତର କ୍ଷତ ହୋଇଥିଲା। କୌଣସି ପ୍ରକାରେ ଜୀବନ ବଞ୍ଚାଇ ରବି ସେଠାରୁ ଦୌଡ଼ି ଘରକୁ ପଳାଇ ଆସିଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ରବିକୁ ସଙ୍ଗେ ସଙ୍ଗେ କୋଟଗଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ବର୍ତ୍ତମାନ ରବି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ 32 ନଂ ବେଡ୍ ରେ ଚିକିତ୍ସିତ ହେଉଥିବା ଜଣାପଡିଛି।