Odiapua.com

ବାଲିଗୁଡା ବନ୍ଧସାହିରେ ବ୍ରହ୍ମକମଳ ଫୁଲ ଫୁଟିଲା

ବାଲିଗୁଡ଼ା, ୧୮/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ସଦର ଟାଉନର ବନ୍ଧସାହିରେ ରହୁଥିବା ଅବସର ପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ କୁମୁଦିନୀ ପାତ୍ରଙ୍କ ଫୁଲ ବଗିଚାରେ ଗୋଟିଏ ବ୍ରହ୍ମକମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ତାଙ୍କର ବଗିଚାରେ ଗୋଟିଏ ବ୍ରହ୍ମକମଳ ଫୁଲ ଫୁଟି ଥିବାରୁ ପାତ୍ର ପରିବାରର ସମସ୍ତ ସଦସ୍ଯ ମାନେ ଖୁସି ରେ ବିଭୋର ହୋଇଛନ୍ତି।ବ୍ରହ୍ମକମଳ ଫୁଲ ଫୁଟିଥିବା ଖବର ଜାଣିବାପରେ ଆଖପାଖ ବାସିନ୍ଦା ମାନେ ଏହି ଫୁଲକୁ ଦେଖିବାକୁ ଆସିଥିଲେ ।ସକାଳୁ ନିକଟସ୍ଥ ପତିତପାବନ ମନ୍ଦିରରେ ସପରିବାର ଯାଇ ଅର୍ପଣ କରିଥିଲେ।