Odiapua.com

ବାଲିଗୁଡା ଓକିଲ ସଂଘ ଦ୍ୱାରା ମଧୁବାବୁ ଜୟନ୍ତି ପାଳିତ

ବାଲିଗୁଡା, ୨୮/୪-(ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) ବାଲିଗୁଡା ଓକିଲ ସଂଘ ଦ୍ୱାରା ସ୍ଥାନୀୟ କୋର୍ଟ ପରିସରରେ ଓକିଲ ଦିବସ ବା ମଧୁବାବୁ ଜୟନ୍ତୀ ପାଳନ ହୋଇଯାଇଛି। ପ୍ରଥମେ ମଧୁବାବୁଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଓକିଲ ସଂଘର ସଭାପତି କୌଶିକ ସାହୁ ମଧୁବାବୁଙ୍କ ଜୟନ୍ତି ଓ ଓଡିଶା ପ୍ରଦେଶ ଗଠନରେ ମଧୁସୁଦନ ଦାସଙ୍କ ଅବଦାନ ରହିଅଛି ବୋଲି କହିଥିଲେ। ଓକିଲ ସଂଘର ସମ୍ଫାଦକ ସୁରେଶ ପଟ୍ଟନାୟକ, ପଦ୍ମ ଚରଣ ପଟ୍ଟନାୟକ, ସୁରେନ୍ଦ୍ର ପାତ୍ର, ପଦ୍ମଲୋଚନ ପଣ୍ଡା, ଶିରିଶ ପ୍ରଦାନଙ୍କ ସମେତ ଓକିଲ ସଂଘର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ।