Odiapua.com

ବାଲିଗୁଡା ଏନଏସି ଦ୍ୱାରା ବର୍ଜ୍ୟବସ୍ତୁ ପରିଚାଳନା ସର୍ମ୍ପକିତ କର୍ମଶାଳା

ବାଲିଗୁଡା, ୯-୬ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) ବାଲିଗୁଡା ଏନଏସି ଦ୍ୱାରା ମୁଖ୍ୟ ଶାସନ ସଚିବ ଓ ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗଙ୍କ ନିର୍ଦ୍ଦେଶକ୍ରମେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ୨୦୧୬ ନିୟମ ଅନୁପାଳନ ନିମନ୍ତେ କର୍ମଶାଳା ସଭାଗୃହ ଠାରେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଢଙ୍ଗିିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଏନଏସିର କର୍ମଚାରୀ ମାନଙ୍କୁ ବର୍ଜ୍ୟବସ୍ତୁ ପରିଚାଳନାର ଦିଗରେ ତାଲିମ ପ୍ରଦାନ କରାଯାଇଥିଲା। ଏହି କର୍ମଶାଳାରେ ସଫେଇ କର୍ମଚାରୀ, ମହିଳା ସଂୟ ସହାୟକା ଗୋଷ୍ଠି ଓ ଅନ୍ୟ ମାନଙ୍କୁ କିପରିବ ବର୍ଜ୍ୟବସ୍ତୁ ସଂଗ୍ରହ, ପରିବହ କାର୍ଯ୍ୟର ଦ୍ୱାୟୀତ୍ୱ, କଠିନ ବର୍ଜ୍ୟବସ୍ତୁ, ଘରୁ ବାହାରୁଥିବା ସୁଖିଲା ଓ ଓଦା ବର୍ଜ୍ୟବସ୍ତୁ, ବିପଦ ଜନକ ବର୍ଜ୍ୟବସ୍ତୁ, ଦୋକାନଓ ବଜାରରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଏନଏସି ତରଫରୁ ଦିଆଯାଇଥିବା ନୀଳ ଓ ସବୁଜ ଡଷ୍ଟପିନରେ ସଠିକ ଭାବେ ପକାଇବ, ସାହି, ବସ୍ତି ଓ ଅନ୍ୟ ସ୍ଥାନ ମାନଙ୍କରେ ଲୋକ କିପରି ଆବର୍ଜନା ବାହାରେ ନପକାଇବେ ତାରି ଉପରେ ପ୍ରଶିକ୍ଷକ ହିତେଶ୍ୱର ନାୟକ ପ୍ରଶିକ୍ଷଣ ଦେଇଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଷଢଙ୍ଗି ବାଲିଗୁଡା ସହରକୁ ପଲିଥିନ ମୁକ୍ତ ଅଂଚଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଓ ଏଥି ନିମନ୍ତେ ସହରର ସମସ୍ତ ଦୋକାନ ଉପରେ ଚଢାଉ କରିବାକୁ କହିଛନ୍ତି। ଉପାଦକ୍ଷ ଲୋକନାଥ ପାଢୀଙ୍କ ସମେତ କାଉଁସିଲର ଶାନ୍ତିଲତା ନାୟକ, ବରଦା ମିଶ୍ର, ବିଧାୟକ ପ୍ରତିନିଧି ଅବନୀ ନାୟକ, ସମ୍ମାନୀତ ଅତିଥି ଭାବେ ବଣିକ ସଂଘର ସମ୍ଫାଦକ ଶ୍ୟାମ ସୁନ୍ଦର ପାତ୍ର, ସାମ୍ବାଦିକ, ଚିତ ରଂଜନ ନାୟକ, ଭଗବତୀ ପ୍ରସାଦ ସାବତ, ସାମୁଏଲ ପ୍ରଧାନ ମଂଚାସିନ ଥିଲେ ଓ ଉକ୍ତ କାର୍ଯ୍ୟକୁ ଏନଏସିର ସାନିଟେରୀ ନିରିକ୍ଷକ ରାଜେନ୍ଦ୍ର ସାହୁ ପରିଚାଳନା କରିବ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।