Odiapua.com

ବାଲିଗୁଡା ଏନଏସି ଅଧକ୍ଷ ହେଲେ ଲୋକନାଥ ପାଢୀ

ବାଲିଗୁଡା, ୨୨/୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ – ବାଲିଗୁଡା ଏନଏସିର ନୁତନ ଅଧକ୍ଷ ହେଲେ ଲୋକନାଥ ପାଢୀ। ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଢଙ୍ଗିଙ୍କ ଠାରୁ ଲୋକନାଥ ପାଢୀ ଏନଏସି ଅଧକ୍ଷ ପଦର ଦ୍ୱାୟୀତ୍ୱ ଭାର ଗ୍ରହଣ କରିଛନ୍ତି। ଶ୍ରୀ ପାଢୀ ଦ୍ୱାୟୀତ୍ୱ ଭାର ଗ୍ରହଣ କରିବା ସମୟରେ କାଉଁସିଲର ଓ ନିଜ ସର୍ମଥକ ମାନେ ଉପସ୍ଥିତ ଥିଲେ। ଅଧ‌୍ୟକ୍ଷ ସିଟକୁ ଯିବା ପୁର୍ବରୁ ନଡିଆ ବାଡେଇ ପୂଜା ଅର୍ଚ୍ଚନା କରି ଅଧ‌୍ୟକ୍ଷ ସିଟରେ ବସିଥିଲେ ଶ୍ରୀ ପାଢ଼ୀ। ସୂଚନା ଯୋଗ୍ୟ ଯେ ଗତ ଆଠମାସ ଧରି ବାଲିଗୁଡା ଏନଏସିର ଅଧକ୍ଷ ପଦ ପାଇଁ ଚାଲିଥିଲା ଛକାପଂଝା। ଅଧ୍ୟକ୍ଷା ମମତା ବେହେରାଙ୍କୁ ଗାଦିଚ୍ୟୁତ କରିବାକୁ ଚେଷ୍ଟା ଚଳାଇଥିଲେ କିଛି କାଉଁସିଲର ତାହାର ଆଜି ଅନ୍ତ ଘଟିଛି। ଅଧ୍ୟକ୍ଷ ଲୋକନାଥ ପାଢୀ ଏନଏସିର ଉପାଧକ୍ଷ ଭାବେ କାର୍ଯ୍ୟକରି ଆସୁଥିଲେ। ଗତ ଫେବୃୟାରୀ ମାସ ୨୬ ତାରିଖରେ ଏନଏସିର ପୂର୍ବତନ ଅଧ୍ୟକ୍ଷା ମମତା ବେହେରାଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ ହୋଇଥିଲା ସେଥିରେ ପୂର୍ବତନ ଅଧ୍ୟକ୍ଷାଙ୍କ ସପକ୍ଷରେ ଗୋଟିଏ ବି କାଉଂସିଲର ଭୋଟ ଦେଇନଥିଲେ। ଯାହା ଫଳରେ ତାଙ୍କର ପଦବୀ ଚାଲିଯାଇଥିଲା। ଏହାକୁ ଆଧାର କରି କନ୍ଧମାଳ ଜିଲ୍ଲାପାଳ ମମତା ବେହେରାଙ୍କ ପଦକୁ ରଦ୍ଦ କରିଥିବା ବେଳେ ଉପାଧ୍ୟକ୍ଷ ଲୋକନାଥ ପାଢୀଙ୍କୁ ବାଲିଗୁଡା ଏନଏସି ଅଧ୍ୟକ୍ଷ ପଦର ଦ୍ୱାୟୀତ୍ୱ ତୁଲାଇବାକୁ ଜଣାଇଥିଲେ। ଏହାକୁ ଆଧାର କରି ଆଜି ଲୋକନାଥ ପାଢୀ ଏନଏସି ଅଧ୍ୟକ୍ଷ ପଦବୀର ଦ୍ୱାୟୀତ୍ୱ ଭାର ଗ୍ରହଣ କରିଛନ୍ତି। କାଉଂସିଲର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅଧକ୍ଷ ଶ୍ରୀ ପାଢୀଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି।