Odiapua.com

ବାଲିଗୁଡା ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ

ବାଲିଗୁଡା, ୩୧-୭ ଓଡ଼ିଆ ପୁଅ /(ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ ସଭାଗୃହରେ ୭୩ତମ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ ପାଳନପାଇଁ ପ୍ରସ୍ତୁତି ବୈଠକ ବାଲିଗୁଡା ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କିଭଳି ଶାନ୍ତି ଶୃଙ୍ଖଳାର ସହ ସ୍ବାଧୀନତା ଦିବସ ପାଳନ କରାଯିବ ସେନେଇ ଆଲୋଚନା ହୋଇଥିଲା। ଏଥିସହିତ ସ୍ବାଧୀନତା ଦିବସ ଅବସରରେ ହେବାକୁଥିବା ବିଭିନ୍ନ ପ୍ରତିଯୋଗୀତା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି ବୈଠକରେ ବାଲିଗୁଡା ଉପଖଣ୍ଡ ଉତ୍ସବ କମିଟିର ସମସ୍ତ ସଦସ୍ୟଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।