Odiapua.com

ବାଲିଗୁଡାରେ ମାଓ ବିରୋଧୀ ପୋଷ୍ଟର

ବାଲିଗୁଡା, ୫/୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ ) ମାଓବାଦୀଙ୍କ ସହିଦ୍ ସପ୍ତାହରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡରେ ମାଓ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ଆଣ୍ଟି ନକ୍ସଲ ପିପୁଲ ପିସ୍ ଫୋର୍ସ ତରଫରୁ ଏହି ପୋଷ୍ଟର ଜାରି କରାଯାଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଜୁଲାଇ ୩୦ ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ନକ୍ସଲ ନିନ୍ଦା ଦିବସ ପାଳିବାକୁ ପୋଷ୍ଟରରେ ଆହ୍ବାନ ଦିଆଯାଥିବାବେଳେ। ଆଦିବାସୀଙ୍କ ହତ୍ୟାକାରୀ ବିକାଶ ବିରୋଧୀ ମାଓବାଦୀ ତୁମ ସହିଦ୍ ସପ୍ତାହ ଆଉ ଚଳିବନାହିଁ କି ଆମେ ଏହାକୁ ବରଦାସ୍ତ କରିବୁନାହିଁ। ସେମାନେ ଆମପାଇଁ ସହିଦ୍ ନୁହନ୍ତି ଆଦିବାସୀଙ୍କ ହତ୍ୟାକାରୀ। କଣପାଇଁ ମାଓବାଦୀ ସହିଦ୍ ସପ୍ତାହରେ ଦୋକାନ, ବଜାର, ସ୍କୁଲ, କଲେଜ, ଗାଡି ଚଳାଚଳ ବନ୍ଦରହିବ। ଏହା ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର, ତେଣୁ ତୁମେ ଏହାକୁ ବନ୍ଦକର ଲେଖାଥିବା ସହ ସହିଦ୍ ସପ୍ତାହ ନ ପାଳିବାକୁ ମାଓବାଦୀଙ୍କୁ ଚେତାବନୀ ଦିଆଯାଇଛି ପୋଷ୍ଟର ମାଧ୍ୟମରେ। ଏଥିସହିତ ସହିଦ୍ ସପ୍ତାହକୁ ପ୍ରତ୍ୟାଖ୍ୟାନ କରି ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ନକ୍ସଲ ନିନ୍ଦା ଦିବସ ପାଳନ କରନ୍ତୁ। ସ୍କୁଲ, କଲେଜ, ଦୋକାନ, ବଜାର, ଗାଡିଚଳାଚଳ ସବୁଦିନ ଭଳି ସ୍ବାଭାବିକ ରଖନ୍ତୁ ବୋଲି ଜନସାଧାରଣଙ୍କୁ ନିବେଦନ କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି l