Odiapua.com

ବାଲିଗୁଡାରେ ତାପମାତ୍ରା ୪୨ ଡିଗ୍ରୀ

ବାଲିଗୁଡା, ୨୬/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ବାଲିଗୁଡା ଉପଖଣ୍ଡରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତାପମାତ୍ରା ବଢିବା ସାଙ୍ଗକୁ ସହହ୍ୟ ଗୁଳୁଗୁଳି ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରୁଛି। ଗତ ଚାରିଦିନ ଧରି ତାପମାତ୍ରା ବଢବାରେ ଲାଗିଛି। ବାଲିଗୁଡା ଅଂଚଳରେ ତାପମାତ୍ରା ୪୧ରୁ ୪୨ ଡିଗ୍ରୀ ମଧ୍ୟରେ ରହୁଅଛି। ସକାଳ ୭ଟା ପରଠାରୁ ଧିରେଧିରେ ତାପମାତ୍ରା ବଢୁଛି ଓ ବିନା ଫ୍ୟାନରେ ରହି ହେଉନାହିଁ। ତାପମାତ୍ରା ବୃଦ୍ଧି ହେବା ଫଳରେ ଦେହରୁ ଅନବରତ ଝାଳ ବୋହିବାରେ ଲାଗୁଛି ଓ ଅପରପଟେ କିଛି ଦିନ ହେବ ବାଲିଗୁଡା ଅଂଚଳରେ ବିଦ୍ୟୁତ୍ ଲୋ ଭୋଲଟେଜ ରହୁଅଛି। ଲୋ ଭୋଲଟେଜ ହେବା ଫଳରେ ଘର ମାନଙ୍କରେ ଥିବା ଫ୍ୟାନ ଗୁଡିକ ଭଲରେ ବୁଲୁ ନାହିଁ। ଏଥି ନିମନ୍ତେ ଅଂଚବାସୀ ଅସହ୍ୟ ଗରମ ଓଗୁଳୁଗୁଳିରେ ଛଟପଟ ହୋଇ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଲିଗୁଡା ବ୍ଲକର ଲଣ୍ଡାଗାଁ ଓ ଖମନଖୋଲ ଅଂଚଳରେ ବାଲିଗୁଡା ସହରର ଅପେକ୍ଷା ଅଧିକ ଗରମ ଅନୁଭୁତ ହେଉଛି ଲୋକେ ଦିନ ୧୦ ହୋଇଗଲେ ଘରକୁ ପଳାଉଛନ୍ତି। ଖରା ଓ ଗରମ ପ୍ରଭାବରୁ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି ଓ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି କାଳେ ଅଂସୁଘାତ ହୋଇଯିବ।ଗତ ଦୁଇ ବର୍ଷ ତଳେ ବାଲିଗୁଡା ଅଂଚଳର ମୁଖ୍ୟ ରାସ୍ତା ଯାହାକି ଜାତୀୟ ରାଜପଥ ୫୯ର ରାସ୍ତା ସର୍ବସାଧାରଣ ନିମନ୍ତେ ରାସ୍ତାର ଉଭୟ ପାଶ୍ୱର୍ରୁ ବେଧକ ଭାବେ ଶହଶହ ଗଛ କାଟିଦେଲେ କିନ୍ତୁ ତା ବଦଳରେ ଗୋଟିଏବି ଗଛ ଲଗାଯାଇନାହିାଁ ଏହି ଗଛ କାଟିବା ପରଠାରୁ ବାଲିଗୁଡା ଅଂଚଳରେ ଗରମର ପ୍ରଭାବ ଅଧିକ ଦେଖାଦେଉଛି। ବାଟୋଇ ମାନେ ଖରା ଦାଉରୁ ରକ୍ଷା ପାଇବାକୁ ଗୋଟିଏ ଗଛ ଟିଏବି ନାହିଁ। ପରପଟେ ସିର୍ତିଗୁଡା ଠାରେ ଚାଲିଛି ଗ୍ରୀଡ କାମ ଯଦି ଏହି ଗ୍ରୀଡ ଜଲଦି କାର୍ଯ୍ୟକ୍ଷମ ହୋଇଯିବ ତେବେ ବାଲିଗୁଡା ଉପଖଣ୍ଡରେ ବିଦ୍ୟୁତ ସମସ୍ୟା ରୁହନ୍ତା ନାହିଁ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।