Odiapua.com

ବାଲିଗୁଡାକୁ ଜିଲ୍ଲାମାନ୍ୟତା ଦାବିରେ ଦସ୍ତଖତ ଅଭିଯାନ

ବାଲିଗୁଡା, ୧୯/୯-(ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ବାଲିଗୁଡାକୁ ଜିଲ୍ଲା ମାନ୍ୟତା ଦାବିରେ ସ୍ଥାନୀୟ ପିଡବ୍ଲୁଡି ଛକ ନିକଟରେ ଦସ୍ତଖତ ଅଭିଯାନ କରାଯାଇଛି। ପିଡବ୍ଲୁଡି ଛକ ନିକଟରେ ଏକ ବୋର୍ଡମାରି ସେଥିରେ ବାଲିଗୁଡା ଜନସାଧାରଣଙ୍କ ଦସ୍ତଖତ କରୁଛନ୍ତି। ଏଥିରେ ଜନସାଧରାଣ ସ୍ୱତ ପ୍ରତ ଭାବେ ଆସି ଦସ୍ତଖତ କରୁଛନ୍ତି। ଏହି ଦସ୍ତଖତ ଅଭିଯାନ ବାଲିଗୁଡା ଜାଗରଣ ମଂଚ ଦ୍ୱାରା କରାଯାଉଛି।ସୂଚନା ଯୋଗ୍ୟ ଯେ ବାଲିଗୁଡା ଉପଖଣ୍ଡ ୯ଗୋଟି ବ୍ଲକକୁ ନେଇ ଗଠିତ ଓ ବାଲିଗୁଡା ଉପଖଣ୍ଡ ରାଜ୍ୟର ସବୁଠାରୁ ବଡ ଉପଖଣ୍ଡ। ଏହାର ଭୌଗଳିକ ଅବସ୍ଥିତରେ ବି ସବୁଠାରୁ ବଡ। ଏଣୁ ବାଲିଗୁଡାକୁ ଜିଲ୍ଲା କରାଗଲେ ବହୁ ଲୋକ ଏଥିରେ ଉପକୃତ ହେବେବୋଲି ସାଧାରଣରେ ଆଲୋଚନା ହେଉଛି।ବର୍ତମାନ ବାଲିଗୁଡାରୁ ଜିଲ୍ଲା ସଦରମହକୁମା ୮୩ କିମି ହେଉଥିବା ବେଳେ ତୁମୁଡିବନ୍ଧ ବ୍ଲକରୁ ଜିଲ୍ଲା ସଦର ମହକୁମା ଫୁଲବାଣୀ ୧୨୦ କିମି ଓ କୋଟଗଡ ବ୍ଲକ ୧୪୦ କିମି ଦୁରତା ହେଉଛି। ଯଦି ବାଲିଗୁଡାକୁ ଜିଲ୍ଲାର ମାନ୍ୟତା ଦିାଯାଏ ତେବେ ଜିଲ୍ଲାର ତଥା ଉପଖଣ୍ଡର ଅଦିକାଂଶ ବ୍ଲକକୁ ପାକ ପଡିବ ବୋଲି ବୁଦ୍ଦିଜୀବି ମହଲରେ ଆଲୋଚନା ହେଉଛି।ବର୍ତମାନ ଦସ୍ତଖତ ଅଭିଯାନ କରାଯାଇ ଜିଲ୍ଲା ମାନ୍ୟତା ଦାବିକୁ ଆରମ୍ଭ କରାଯାଇଛି ଆଗାମି ଦିନରେ ଜିଲ୍ଲା ମାନ୍ୟତା ଦାବି କୁ ଆହୁରୀ ଅଧିକ କରାଯିବ ବୋଲି ବାଲିଗୁଡା ଜାଗରଣ ମଂଚ ତରଫରୁ କୁହାଯାଇଛି।