Odiapua.com

ବାଲିଅନ୍ତା ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର ୧୬ .୦୧ (ଓଡ଼ିଆ ପୁଅ) ଆଜି ଖୋର୍ଦ୍ଧା ଜିଲ୍ଲପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବାଲିଅନ୍ତା ବ୍କକ ଗସ୍ତ କରି ବ୍କକର ବିଭନ୍ନ ଅଂଚଳରୁ ଆସିଥିବା ଜନସାଧାରଣଙ୍କର ଅଭିଯୋଗ ଶୁଣାଣି ପୂର୍ବକ ସେସବୁର କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଟ ୧୮୦ ଟି ଅଭିଯୋଗ ଗ୍ରହଣ କରାଯାଇଥିବା ସ୍ଥଳେ ୩ ଟି ଅଭିଯୋଗ ସାମୁହିକ ଗ୍ରାମ୍ୟ ସମସ୍ୟା ଓ ୧୭୭ ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ସଂପର୍କିତ ଥିଲା। ୦୬ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଗୃହୀତ ଅନ୍ୟ ଅଭିଯୋଗଗୁଡିକୁ ସଂପୃକ୍ତ ଅଧିକାରୀମାନଙ୍କ ନିକଟକୁ ପ୍ରେରଣ କରାଯାଇ ୭ରୁ ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ବିବରଣୀ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗଗୁଡିକ ମୁଖ୍ୟତଃ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଚିକିତ୍ସା ସହାୟତା, ବିଭିନ୍ନ ଆବାସ ଯୋଜନାରେ ବାସହୀନଙ୍କ ପାଇଁ ଗୃହ ନିର୍ମାଣ, ଖରିଫ୍ ଧାନ ବିକ୍ରି ପ୍ରସଙ୍ଗରେ କୃଷକମାନଙ୍କ ପାଇଁ ସୁବିଧା କରାଯିବା ଆଦି ସଂପର୍କିତ ଥିଲା।

ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ)ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଉପ ଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ, ବାଲିଅନ୍ତା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ଖଟୁଆ, ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ନାରାୟଣ ଚନ୍ଦ୍ର ନାୟକ, ତହସିଲଦାର ଶ୍ରୀ ସରୋଜ କୁମାର ପଣ୍ଡା, ଏ.ସି.ପି ଜୋନ୍-୪ ଶ୍ରୀ ଏସ୍.ଏନ୍.ମୁଦୁଲି, ସମେତ ସମସ୍ତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।