Odiapua.com

ବାଲିଅନ୍ତାରେ ମହାତ୍ମାଗାନ୍ଧୀଙ୍କ ୮୫ତମ ଅବସ୍ଥାନ ବାର୍ଷିକୀ ପାଳନ

ଭୁବନେଶ୍ୱର, ତା ୧୬ା୫ (ଓଡ଼ିଆ ପୁଅ) : ଜାତିର ପିତା ମହାତ୍ମାଗାନ୍ଧୀ ଓଡ଼ିଶା ପଦଯାତ୍ରା କରିବା ସମୟରେ ୧୯୩୪ ମସିହା ମଇ ମାସ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ କୁଆଖାଇ ନଦୀରୁ କୁଶଭଦ୍ରା ନଦୀର ଉତ୍ପତ୍ତି ସ୍ଥଳ ବାଲିଅନ୍ତା ହାଟ ପଡ଼ିଆ ଆମ୍ବତୋଟାରେ ସମର୍ଥକ ସହଯାତ୍ରୀଙ୍କ ସହ ଅବସ୍ଥାନ କରି ଦେଶପ୍ରେମର ବାର୍ତ୍ତା, ସ୍ୱାଧୀନତା ସଂଗ୍ରାମ, ଅସ୍ପୃଶ୍ୟତା ନିବାରଣ ଓ ଅହିଂସାବ୍ରତ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ବାପୁଙ୍କ ନେତୃତ୍ୱରେ ଭାରତବର୍ଷରେ ପ୍ରଥମଥର ପାଇଁ ସ୍ଥାନୀୟ ଏ୍ୟ÷ତିହାସିକ ନିକୁଞ୍ଜ ବିହାରୀଙ୍କ ମନ୍ଦିରରେ ଦଳିତମାନେ ପ୍ରବେଶ କରି ପୂଜାର୍ଚ୍ଚନା କରିବାର ସୁଯୋଗ ପାଇବା ସହ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆବାଳ ବୃଦ୍ଧବନିତା ସମୂହ ପଂକ୍ତି ଭୋଜନରେ ଏକତ୍ରିତ ହୋଇଥିଲେ। ଗାନ୍ଧୀ ଅବସ୍ଥାନର ସ୍ମୃତି ଜାଗରିତ କରିବା ଉଦ୍ଦେଶ୍ୟରେ ନିକୁଞ୍ଜବିହାରୀ ମନ୍ଦିର ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ସହ ଗାନ୍ଧୀପୀଠ ନିର୍ମାଣ ହୋଇଅଛି। ୨୦୦୪ ମସିହାରୁ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଉଦ୍ୟମରେ ଗାନ୍ଧୀ ପୀଠରେ ଗାନ୍ଧୀ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଏହାର ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନୟନ କରାଯାଉଅଛି। ଗତକାଲି ଶିକ୍ଷାବିତ ନବୀନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ପାଲାଗାୟକ ସୁରେନ୍ଦ୍ରନାଥ ଛୋଟରାୟ, ଉତ୍କଳ ଯାଦବ ମହାସଭା ସାଂସ୍କୃତିକ ସେଲ୍ ଅଧ୍ୟକ୍ଷ ଲକ୍ଷ୍ମୀଧର ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିନୋଦ କୁମାର ସାହୁ, ଧିରେନ୍ କର, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, ଆଡ୍ଭୋକେଟ୍ ସୁରେଶ କୁମାର ଦାସ, କୃଷ୍ଣକେଶବ ଆପଟ୍ଟ, ଅଶୋକ ରାଉତରାୟ, ପ୍ରଶାନ୍ତ କୁମାର ସମର୍ଥା, ବିଭୂତି ଭୂଷଣ ମର୍ଦ୍ଦରାଜରାୟ, ସମରେନ୍ଦ୍ର ଜେନା, ନିଲୁ ବେହେରା, ସେକ୍ ଉମରଅଲ୍ଲୀ, କୃଷ୍ଣଚନ୍ଦ୍ର ବେହେରା, ପ୍ରମୋଦ କୁମାର ସାହୁ, ମୀର୍ଜା ସରିଫ୍, ଭାଗିରଥି ସାହୁ, ଯାଦବ ସଂଘ ସଭାପତି ଧନେଶ୍ୱର ବେହେରା, ଚିତ୍ରଶିଳ୍ପୀ ନିର୍ମଳ ନାୟକ, ଚଳଚ୍ଚିତ୍ର ଅଭିନେତା ଭିକାରୀ ସ୍ୱାଇଁ, ସଙ୍ଗୀତଜ୍ଞ ବଶିଷ୍ଠ ନାୟକ, ସୁଦର୍ଶନ ମହାପାତ୍ର, ବିଶ୍ୱନାଥ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଗାନ୍ଧୀଙ୍କ ଅବସ୍ଥାନର ସ୍ମୃତି ଓ ବିଚାରଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ଅନୀଲ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ।