Odiapua.com

ବାର ବର୍ଷପରେ ଗାଁକୁ ଫେରିଲା ପୁତ୍ର

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାସେ ନୁହେଁ କି ବର୍ଷେ ନୁହେଁ ଦୀର୍ଘ ବାର ବର୍ଷପରେ ବନ୍ତ ବ୍ଳକ ଟିଲୋ ପଂଚାୟତର ତରାପୁର ଗ୍ରାମର ବାସୁଦେବ ଯେନାଙ୍କ ପୁତ୍ର ଗଜେନ୍ଦ୍ର ର୍ ନିଜର ଗହକୁ ଫେରିଛି ।ଏହାକୁ ନେଇ ତାଙ୍କର ପରିବାର ସହ ଗ୍ରାମ ବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ବାରବର୍ଷ ପୂର୍ବେ ଗଜେନ୍ଦ୍ର କୈାଣସି କାରଣ ରୁ ନିଜ ଗୃହକୁ ଛାଡ଼ି କେଉଁ ସ୍ଥାନକୁ ପାଳଇ ଯାଇଥିଲା । ପରିବାର ଲୋକେ ତାଙ୍କୁ ବହୁ ସ୍ଥାନ ଖୋଜାଖୋଜି କରି ବା ସହ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ତାର ପତା ମିଳିନଥିବାରୁ ନିଜର ଭାଗ୍ୟକୁ ଆଦରି ପିତାମାତା ରହିଥିଲେ ।ପୁତ୍ର ବିଭିନ୍ନ ସ୍ଥାନରେ ରହି ପରେ ବେଙ୍ଗାଲୁର ରେ ଏକ କଂପାନୀରେ କାଯ୍ୟ କରୁଥିଲେ । ଦୀର୍ଘ ବର୍ଷ ପରେ ପିତା ମାତାଙ୍କ କଥା ମନେପଡ଼ିବାରୁ ସେ ଗ୍ରାମକୁ ଫେରିଥିଲେ । ତାଙ୍କ ଗ୍ରାମର ଜଣେ ବ୍ୟକ୍ତି ତାଙ୍କୁ ଚିହ୍ନି ତାଙ୍କୁ ଗୃହକୁ ନେଇଥିଲେ । ବହୁବର୍ଷପରେ ଅଫେରାପୁତ୍ରକୁ ପାଇ ପିତା ମାତା ଓ ପରିବାର ସଦସ୍ୟ ମାନେ ଖୁସିରେ ଆତ୍ମହରା ହୋଇଥିବା ବେଳେ ଗ୍ରାମବାସୀ ଙ୍କ ମଧ୍ୟରେ ଖୁସିର ଲହାରୀ ଖେଳିଯାଇଥିବାର ଦେଖାଯାଇଥିଲା ।