Odiapua.com

ବାର୍ଷିକ ମୁଖପତ୍ର “ସମ୍ପର୍କ ସେତୁ” ଉନ୍‌ମୋଚିତ

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଶ୍ଚିମ ଭଦ୍ରକ ବରିଷ୍ଠ ନଗରିକ ପରିଷଦ, ରାନ୍ଦିଆ ଠାରେ ପରିଷଦର ସଭାପତି ଆନନ୍ଦନନ୍ଦ ଦୀକ୍ଷିତ୍‌ଙ୍କ ସଭାପତିତ୍ୱରେ କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ସ୍ୱାଇଁଙ୍କ ତତ୍ୱାବଧନାରେ ବାର୍ଷିକ ଉତ୍ସବ ଓ ପୁସ୍ତକ ଉନ୍‌ମୋଚନ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଅବସରପ୍ରାପ୍ତ ବରିଷ୍ଠ ନାଗରିକ ଉପଦେଷ୍ଟା ରଙ୍ଗବଲ୍ଲଭ ଜେନା ଓ ଅନ୍ୟତମ ଅତିଥି ଶ୍ରମିକ ନେତା ତଥା ଆଇନ୍‌ଜୀବୀ ସନ୍ତୋଷ କୁମାର ଦାସ ଯୋଗଦେଇଥିବାବେଳେ ସଂପାଦକ ରାମଚନ୍ଦ୍ର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ସହସଂପାଦକ ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକ ଅତିଥି ମାନଙ୍କୁ ମଂଚ ଆମନ୍ତ୍ରଣ, ଉପସଭାପତି ବସନ୍ତ ମହାପାତ୍ର ବରିଷ୍ଠ ମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଦେଇଥିଲେ । କୋଷାଧ୍ୟକ୍ଷ ତଥା ସଂସ୍କୃତି ସଂଗଠକ ମୋହିନୀ ମୋହନ ମହାପାତ୍ର ପରିଷଦର ସମସ୍ତ ଆୟବ୍ୟୟର ବିବରଣୀ ପାଠ କରିଥିଲେ । ବରିଷ୍ଠ ଉପଦେଷ୍ଠା ଅଧ୍ୟାପକ ଡ. ରାଇମୋହନ ମହାପାତ୍ର ତାଙ୍କ ସୂଚିନ୍ତତ ମତାମତ ଦେଇ କହିଲେ, ଅପରାହ୍ନ ବୟସରେ କିଭଳି ସୁଖଶାନ୍ତିରେ ଜୀବନ ଯାପନ କରିବା, ନିରୋଗ ରହିବା ସହିତ ପରିବେଶ ସୁସ୍ଥ ପାଇଁ ରାନ୍ଦିଆ ରାମେଶ୍ୱର ପଡିଆ ଚାରିପାଖରେ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ । ତାପରେ ବାର୍ଷିକ ମୁଖପତ୍ର “ସମ୍ପର୍କ ସେତୁ” ଉନ୍‌ମୋଚିତ ହୋଇଥିଲା । ବରିଷ୍ଠ ନାଗରିକ ଦୋଳଗୋବିନ୍ଦ ରାଉଳଙ୍କୁ ପରିଷଦ ତରଫରୁ ୨୦୨୩ ବର୍ଷ ପାଇଁ କର୍ମମୟ ସଂସାର ଜୀବନ ଜଣେ ସୁନାଗରିକ ଓ କର୍ତବ୍ୟନିଷ୍ଠ କର୍ମଚାରୀ ଭାବେ କାର୍ଯ୍ୟ କରିଥିବାରୁ ତାଙ୍କୁ ପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ବରିଷ୍ଠ ନାଗରିକ ସର୍ବଶ୍ରୀ ରାଜନୀକାନ୍ତ ସ୍ୱାଇଁ, ପଣ୍ଡିତ ରତ୍ନାକର ମିଶ୍ର, ନିଶାକାର ସ୍ୱାଇଁ, ଦୁର୍ଯ୍ୟୋଧନ ସ୍ୱାଇର୍, ଦୋଳଗୋବିନ୍ଦ ଧଳ, କୃଷ୍ଣ ଚନ୍ଦ୍ର ରାଉଳ, ଧନଞ୍ଜୟ ସେଠୀ, ଗଙ୍ଗାଧର ରାଉଳ, ନିର୍ମଳ ବାରିକ, ଜୟନ୍ତ ବାରିକ, ଭାବଗ୍ରାହୀ ଦାସ, ରଘୁନାଥ ସ୍ୱାଇଁ, ଆନନ୍ଦ ମହାପାତ୍ର, ଜଗନ୍ନାଥ ଓଝା, ନାରାୟଣ ପାଢ଼ୀ, ରଶିକ୍ ମୋହନ ମହାନ୍ତି, ସୁରେନ୍ଦ୍ର ବାରିକ, ପ୍ରକାଶ ମହାପାତ୍ର, ପ୍ରଭାକର ମହାପାତ୍ର, ଘନଶ୍ୟାମ ବେହେରା, ଚିତ୍ରଶୀଳ୍ପୀ କ୍ଷୀରୋଦ ମହାପାତ୍ର, ସୀମାଚରଣ ସାହୁ, ରାମଚନ୍ଦ୍ର ପଣ୍ଡା, ରାଧାଶ୍ୟାମ ମହାନ୍ତି ପ୍ରମୁଖ ଯୋଗଦାନ କରି ସୁଚିନ୍ତିତ ମତାମତ ଦେଇଥିଲେ । ଶେଷରେ ଅମୀୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ ।