Odiapua.com

ବାରୋ ପଂଚାୟତରେ କଂଗ୍ରେସର ମିଶ୍ରଣ ପର୍ବ

ଭଦ୍ରକ, ୧୩ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ବାରୋ ପଂଚାୟତରେ ୧୧ପରିବାର କଂଗ୍ରସରେ ସାମିଲ ହୋଇଛନ୍ତି । ଏହି ଉପଲକ୍ଷେ ରବିବାର ଚବିଶପଡ଼ା ଗ୍ରାମସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ପଂଚାୟତର କଂଗ୍ରେସ ସଭାପତି ନରହରି ନାୟକ ଅଧ୍ୟକ୍ଷତା କରିଥିଲେ । ଗ୍ରାମର କାହ୍ନୁ ଚରଣ ଦାସ , ନିରାକାର ମଲିକ, ହରେକୃଷ୍ଣ ମଲିକ, ଶାନ୍ତ୍ୱନୁ ମଲିକ, ତରଣୀସେନ ମଲିକ, ମଦନ ମୋହନ ମଲିକ, ସୁବାସ ମଲିକ, ବିମଳ ମଲିକ, ସୁଧାଂଶୁ ମଲିକ, ଶରତ ମଲିକଙ୍କ ପରିବାର ଭାଜପା ଓ ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସର ନୀତି ଆଦର୍ଶ ଓ କ୍ରମବର୍ଦ୍ଧିଷ୍ଣୁ ଭୋଟ ହାରକୁ ଲକ୍ଷ୍ୟ କରି ଏହି ପରିବାର ସବୁ କଂଗ୍ରସରେ ଯୋଗ ଦେଇଥିବା ସୂଚନା ଦେଇଥିଲେ । ଦଳ ପକ୍ଷରୁ ଏହି ନୂତନ କର୍ମୀମାନଙ୍କୁ ସ୍ୱାଗତ କରାଯାଇଥିଲା ।