Odiapua.com

ବାରିକ୍‌ପୁର ବଜାରରେ କୋଟ୍‌ପା ଚଢ଼ଉ

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ତମାଖୁ ନିଷେଧ ଆଇନ୍‌ର ଅବମାନନା ନେଇ ଆଜି ବାରିକ୍‌ପୁର ବଜାରରେ ଜିଲ୍ଲାସ୍ତରୀୟ ସ୍କ୍ୱାଡ଼ ଦ୍ୱାରା ଧରପଗଡ଼ କରାଯାଇଥିଲା । ଏହି ଧରପଗଡ଼ରେ ୨୧ ଦୋକାନ ଉପରେ ଚଢ଼ଉ କରାଯାଇ ୧୩ ଜଣ ଦୋକାନୀଙ୍କ ଠାରୁ ଆଇନ୍ ଅବମାନା ଅପରାଧରେ ଦୁଇ ହଜାର ଛଅଶତ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସବ୍‌ଇନିସ୍‌ପେକ୍ଟର ପ୍ରଦୀପ କୁମାର ନାୟକଙ୍କ ନେତୃତ୍ୱରେ ପୋଲିସ୍‌ଟିମ୍ ସହିତ ଏପିଡ଼େମିଲୋଜିଷ୍ଟ ଡା. କାଶୀନାଥ ପଣ୍ଡା ଏବଂ ଅଣସଂକ୍ରାମକ ରୋଗର ସଂଯୋଜକ ଦୀପକ କୁମାର ରାଉତ ଏହି ଚଢ଼ଉ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଜବତ କରାଯାଇଥିବା ତମାଖୁ ଜାତୀୟ ଦ୍ରବ୍ୟ ସବୁ ଟିମ୍‌ର ଉପସ୍ଥିତିରେ ନଷ୍ଟ କରାଯାଇଥିଲା ।