Odiapua.com

ବାରିକପୁର ସ୍ନାତକ ମହାବିଦ୍ୟାଳୟ ବାର୍ଷିକୋତ୍ସବ

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାରିକପୁର ଡିଗ୍ରୀ କଲେଜ ବାର୍ଷିକଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ସନ୍ତୋଷ କୁମାର ସାହୁଙ୍କ ସଭାପତିତ୍ୱରେ ଓ ଅଧ୍ୟାପକ ମନୋଜ କୁମାର ପାଢୀଙ୍କ ସଂଚାଳନାରେ ଶୁକ୍ରବାର ଅନୁଷ୍ଠିତ ଉତ୍ସବରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି, ଡଃ ବିଶ୍ୱରଞ୍ଜନ ଦାସ ମୁଖ୍ୟବକ୍ତା, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଯେନା, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ବେଉରିଆ, ସରପଞ୍ଚ ସତ୍ୟବ୍ରତ ପାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିବା ଦିଗରେ କଲେଜର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ଏହାର ବିକାଶ ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅଧ୍ୟାପିକା ରିତାଞ୍ଜଳୀ ପାରମାଣିକ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ କଲେଜର ମୁଖପତ୍ର ରେବତୀଶ୍ରୀକୁ ଅତିଥିମାନେ ଉନ୍ମୋଚନ କରିଥିଲେ । କଲେଜ ବାର୍ଷିକ କ୍ରୀଡା ପ୍ରତିଯୋଗୀତାର ଚାମ୍ପିଅନ ଗୌରବ ନାୟକ ଓ ବାଳିକା ଚାମ୍ପିଅନ ପୂଜାରାଣୀ ଜେନାଙ୍କ ସହ ଶୈଖିକ ଓ ସହଶୈଖିକ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପକ ଉମାକାନ୍ତ ମହାଳିକ ଅତିଥି ପରିଚୟ, ସ୍ୱାଗତ ଭାଷଣ ଓ ବିଜୟ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅଧ୍ୟାପକ ଅନୁପମା ତ୍ରିପାଠୀ, ଗୌରାଙ୍ଗ ଚରଣ ନାଥ, ନାରାୟଣ ଚନ୍ଦ୍ର ସେଠୀ, ସନ୍ତୋଷ ଲେଙ୍କା, ସ୍ମୀତା ସାଗରିକା, ସୁରେଶ ତ୍ରିପାଠୀ, କ୍ରୀଡା ଶିକ୍ଷକ ବିଶ୍ୱରଞ୍ଜନ ମହାପାତ୍ର, ନିଳମଣୀ ବେହେରା, ଆକାଶ ଦାସ, ସ୍ମୃତିରଞ୍ଜନ ସେଠୀ, ସରୋଜ କୁମାର ରାଉତ, କଳିଙ୍ଗ ପ୍ରଧାନ, ହିମାଂଶୁ ସାମଲ, ମମତା ନାୟକ, ଅଭିମନ୍ୟୁ ଘଡେଇ, ଗିରୀଧାରୀ ପାଲ, ଅନନ୍ତ ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।