Odiapua.com

ବାରିକପୁର ପଞ୍ଚାୟତ ଡିଗ୍ରୀ କଲେଜ ସାଂସ୍କୃତିକ ପ୍ରତିଯୋଗିତା ଉଦଯାପିତ

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାରିକପୁର ପଞ୍ଚାୟତ ଡିଗ୍ରୀ କଲେଜ ସାଂସ୍କୃତିକ ଓ ସାମାଜିକ ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି । ଓଡିଆ ଓ ଇଂରାଜୀ ରଚନା ଲିଖନ, ତର୍କ, ଝୋଟି, ନୃତ୍ୟ, ଗୀତ ସମେତ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ରମେଶ ଚନ୍ଦ୍ର ବେଉରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସରପଞ୍ଚ ସତ୍ୟବ୍ରତ ପାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଡେମୋନୋଷ୍ଟ୍ରେଟର ବିଜୟ ମଲ୍ଲିକ ଧନ୍ୟବାଦ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଅଧିକାରୀ ସୁରେଶ ଚନ୍ଦ୍ର ତ୍ରିପାଠୀ, ସାମାଜିକ କାର୍ଯ୍ୟକ୍ରମ ନୋଡାଲ ଅଧିକାରୀ ଅଧ୍ୟାପିକା ରିତାଞ୍ଜଳୀ ପାରମାଣିକ, ଅଧ୍ୟାପିକା ଶ୍ରଦ୍ଧାଞ୍ଜଳୀ ସୂତାର, ସ୍ମୀତା ସାଗରିକା, ଅଧ୍ୟାପକ ଉମାକାନ୍ତ ମହାଳିକ, ଗୌରାଙ୍ଗ ନାଥଙ୍କ ସମେତ ଶିକ୍ଷା କର୍ମଚାରୀ ଅଭିମନ୍ୟୁ ଘଡେଇ, ସନ୍ତୋଷ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।