Odiapua.com

ବାରିକପୁର ଡିଗ୍ରୀ କଲେଜ ବାର୍ଷିକ କ୍ରୀଡା ଉଦଯାପିତ

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାରିକପୁର ଡିଗ୍ରୀ କଲେଜ ବାର୍ଷିକ କ୍ରୀଡା ବୁଧବାର ଉଦଯାପିତ ହୋଇଯାଇଛି। ବରିଷ୍ଠ ଅଧ୍ୟାପକ ମନୋଜ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାକୁ ମୁଖ୍ୟଅତିଥି ତହସିଲଦାର ସରୋଜକାନ୍ତ ନାୟକ କ୍ରୀଡା ପତାକା ଉତ୍ତୋଳନ କରି ମଙ୍ଗଳବାର ଉଦଘାଟନ କରିଥିଲେ। ଅଧ୍ୟକ୍ଷ ରମେଶ ବେହୁରିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରୀ ମଧୁସ୍ମୀତା ବାରିକ ଶପଥପାଠ କରାଇଥିଲେ। ଉଭୟ ପୁରୁଷ ଓ ମହିଳା ବିଭାଗରେ ୯୦ ପ୍ରତିଯୋଗୀତ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ପର୍ଯ୍ୟାୟରେ ଦୌଡ, ଲମ୍ବଡିଆଁ, ଉଚ୍ଚଡିଆଁ, ସଟପୁଟ, ଜାଭଲିନ ଥ୍ରୋ, ଡିସକସ ଥ୍ରୋ, ରିଲେ ରେସ, ମ୍ୟୁଜିକ ଚେୟାର, ଫାନ୍ସି ଡ୍ରେସ ଆଦି ବିଭାଗରେ କ୍ରୀଡା ଅନୁଷ୍ଠିତ ହୋଇଥିଲା। ମହିଳା ବିଭାଗରେ ମଧୁସ୍ମୀତା ବାରିକ ଓ ପୁରୁଷ ବିଭାଗରେ ଜିତ ଜୟପ୍ରକାଶ ନାୟକ ଚାମ୍ପିଅନ ହୋଇଥିଲେ। କ୍ରିଡା ଶିକ୍ଷକ ବିଶ୍ୱରଞ୍ଜନ ମହାପାତ୍ର କ୍ରୀଡା ପରିଚାଳନା କରିଥିଲେ। ଅଧ୍ୟାପିକା ରିତାଞ୍ଜଳୀ ପାରମାଣିକ, ଅନୁପମା ତ୍ରିପାଠୀ, ଶୁଭାଶିଷା ପଣ୍ଡା, ସ୍ମୀତା ସାଗରିକା, ସୌଭାଗ୍ୟଲକ୍ଷ୍ମୀ ସାହୁ, ଶ୍ରଦ୍ଧାଞ୍ଜଳୀ ସୂତାର, ଅଧ୍ୟାପକ ଉମାକାନ୍ତ ମହାଳିକ, କଳିଙ୍ଗ ପ୍ରଧାନ, ଗୌରାଙ୍ଗ ଚରଣ ନାଥ, ସନ୍ତୋଷ କୁମାର ଲେଙ୍କା, ସୁରେଶ କୁମାର ତ୍ରିପାଠୀ, ନାରାୟଣ ସେଠୀ, ସରୋଜ କୁମାର ରାଉତ, ବିଜୟ କୁମାର ମଲ୍ଲ୍‌ିକ ପ୍ରମୁଖ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ।