Odiapua.com

ବାରିକପୁର ଡିଗ୍ରୀ କଲେଜ ଏନ.ଏନ.ଏସ. ଶିବିର ଉଦଯାପିତ

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ବାରିକପୁର ଡିଗ୍ରୀ କଲେଜ ଜାତୀୟ ସେବାସଂସ୍ଥା ଶୀତକାଳୀନ ଶିବିର ଶନିବାର ଉଦଯାପିତ ହୋଇଯାଇଛି। କଲେଜ କାର୍ଯ୍ୟକ୍ରମ ଅଧିକାରିଣୀ ରିତାଞ୍ଜଳୀ ପାରମାଣିକଙ୍କ ସଂଯୋଜନାରେ ତୋଡଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଶିବିରକୁ ଅବସରପ୍ରାପ୍ତ ଶିକ୍ଷକ ହରିବନ୍ଧୁ ସାହୁ ଉଦ୍‌ଘାଟନ କରିଥିଲେ। ୭ ଦିନବ୍ୟାପୀ ଏହି ଶିବିରରେ ଉଭୟ ପୁରୁଷ ଓ ମହିଳା ସ୍ୱେଚ୍ଛାସେବୀମାନେ ବୃକ୍ଷରୋପଣ, ସାକ୍ଷରତା ଅଭିଯାନ, ପରିମଳ ବ୍ୟବସ୍ଥା, ରାସ୍ତା ମରାମତି ଆଦି ସେବାମୂଳକ କାର୍ଯ୍ୟ ହାତକୁ ନେବା ସହ ନାରୀଶିକ୍ଷା, ନାରୀ ସଶକ୍ତିକରଣ, ହେଲମେଟ ବ୍ୟବହାର ଉପଯୋଗୀତା ଓ ରକ୍ତଦାନର ମହତ୍ତ୍ୱ ଆଦି ଆବଶ୍ୟକତା ସମ୍ପର୍କରେ ସଚେତନତାଧର୍ମୀ ପଥପ୍ରାପ୍ତ ନାଟକ ପ୍ରଦର୍ଶନ କରିଥିଲେ। ବିଭିନ୍ନ ଦିବସରେ ଭାରପ୍ରାପ୍ତ ଅଧ୍ୟକ୍ଷ ରମେଶ ଚନ୍ଦ୍ର ବେହୁରିଆ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଯୋଗଦେଇ ଶିବିରାର୍ଥୀମାନଙ୍କୁ ଉପଦେଶ ଦେଇଥିଲେ।