Odiapua.com

ବାରିକପୁର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ‘ଯୁବ ଓଡିଶା, ନବୀନ ଓଡିଶା’ ପ୍ରତିଯୋଗିତା ଉଦଘାଟିତ

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାରିକପୁର ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ‘ଯୁବ ଓଡିଶା, ନବୀନ ଓଡିଶା’ ଯୋଜନାରେ ଅନୁଷ୍ଠିତ ହେବାକୁ ଥିବା କ୍ରୀଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟ ପ୍ରତିଯୋଗୀତା ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଅଧ୍ୟକ୍ଷ ଆଦିତ୍ୟ କୁମାର ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀତା ଉଦଘାଟନ କରି ଛାତ୍ରଛାତ୍ରୀମାନଙ୍କ ଅର୍ନ୍ତନିହିତ ଗୁଣର ବିକାଶ ପାଇଁ ଏହି ଉତ୍ସବ ଫଳପ୍ରଦ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ । ପୂର୍ବତନ ସରପଞ୍ଚ ସୁରେନ୍ଦ୍ରନାଥ ପାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୀଡା, ସାଂସ୍କୃତିକ ଓ ସମାଜସେବା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ଏହା ବ୍ୟାପକ ସୁଯୋଗ ସୃଷ୍ଟି କରିଛି ବୋଲି ମତରଖିଥିଲେ । ବରିଷ୍ଠ ଅଧ୍ୟାପକ ଅନାଦି ଚରଣ ସାହୁଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ କ୍ରୀଡା ନୋଡାଲ ଅଧିକାରୀ ଅଜୟ କୁମାର ପାଣିଗ୍ରାହୀ, କ୍ରୀଡା ଶିକ୍ଷକ ତୁଫାନ କୁମାର ସାମଲ, ସମାଜସେବା ପ୍ରତିଯୋଗୀତାର ନୋଡାଲ ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ, ସାଂସ୍କୃତିକ ନୋଡାଲ ଅଧିକାରୀ ଅନନ୍ତ ଚରଣ ସାହୁ ଓ ମୁରଲିଧର ବେହେରା ପ୍ରତିଯୋଗତା ସମ୍ପର୍କରେ ବିସ୍ତୃତ ସୂଚନା ରଖିଥିଲେ । ଅଧ୍ୟାପକ ସିଦ୍ଧେଶ୍ୱର ସାହୁ ସ୍ୱାଗତ ଭାଷଣ ଓ ଅଧ୍ୟାପିକା ସବିତା କୁମାରୀ ନାୟକ ଧନ୍ୟବାଦ ଦେଇଥିଲେ । ଚିତ୍ତରଞ୍ଜନ ଦାସ, ସୁନାକର ବେହେରା, ମଧୁସୂଦନ ଦୀକ୍ଷିତ, ସୁଶାନ୍ତ ନନ୍ଦ, ଧର୍ମେନ୍ଦ୍ର ନାୟକ ପ୍ରମୁଖ ଅଧ୍ୟାପକ ଓ ଶିକ୍ଷାକର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।