Odiapua.com

ବାରାହାଟିପୁରା ନିଳକଣ୍ଠେଶ୍ୱର ମନ୍ଦିରରେ ମକର ମେଳା

ଘଟଗାଁ, ୧୪.୦୧(ଓଡିଆ ପୁଅ/ଭବାନୀ ପ୍ରସାଦ)- ମକର ସଙ୍କରାନ୍ତି କେନ୍ଦୁଝର ଜିଲ୍ଲ୍ାରେ ଏକ ପର୍ବ ଭାବେ ମାନ୍ୟତା ପାଇଛି। ମକର ସଙ୍କରାନ୍ତି ଅବସରରେ ସମଗ୍ର ଜିଲ୍ଲା ହୋଇଉଠେ ଉତ୍ସବମୁଖର। ମାଘ ମାସରେ ସଂକ୍ରାନ୍ତିକୁ ମକର ସଂକ୍ରାତି ପାଳିତ ହେଉଥିବା ବେଳେ। ଘଟଗାଁର ବରାହାଟିପୁରାରେ ଏହି ପର୍ବ ୧୫ ଦିନ ଧରି ପାଳିତ ହୋଇଥାଏ। ଏହି ଅବସରରେ ବରାହାଟିପୁରା ନିଳକଣ୍ଠେଶ୍ୱର ଶୀବ ମନ୍ଦିରରେ ଜିଲ୍ଲା ତଥା ଜିଲ୍ଲା ବାହରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ।ଭକ୍ତ ମାନେ ନିଳକଣ୍ଠେଶ୍ୱରଙ୍କ ଦର୍ଶନ ପରେ ମନ୍ଦିର ତଳେ ଥିବା ଗୁମ୍ଫାକୁ ଭ୍ରମଣ କଲେ ପାପ ଧୋଇହୋଇଯାଏ ବୋଲି ବିଶ୍ୱାସ କରନ୍ତି। ଏଥିସହିତ ଏଠାରେ ୧୫ ଦିନ ପର୍ଯ୍ୟନ୍ତ ମେଳା ଅନୁଷ୍ଠିତ ହୋଇଥାଏ। ଘଟଗାଁ ଠାରୁ ମାତ୍ର ୧୦ କିମି ଦୂରରେ ରହିଛି ବରାହାଟିପୁରା ନିଳକଣ୍ଠେଶ୍ୱର ଶିବ ମନ୍ଦିର। ମକର ପର୍ବ ଦିନ ନିଳକଣ୍ଠେଶ୍ୱର ଙ୍କ ଆର୍ବିଭାବ ହୋଇଥିବା କାରଣରୁ ବହୁ ଆଡମ୍ଭର ସହକାରେ ଏହି ସ୍ଥାନରେ ମକର ସଂକ୍ରାନ୍ତି ପାଳିତ ହୁଏ। ଏହି ବରାହାଟିପୁରା ମକର ମେଳା ଜିଲ୍ଲା ତଥା ଜିଲ୍ଲା ବାହାରେ ବେଶ ପ୍ରସିଦ୍ଧ। ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଶୀବ ଭକ୍ତ ଏହିଠାରେ ମକର ସଂକ୍ରାନ୍ତି ଅବସରରେ ୧୫୨ ପାହାଚ ଚଢି ପାହାଡ ଉପରେ ଥିବା ବାବ ନିଳକଣ୍ଠେଶ୍ୱରଙ୍କ ଦର୍ଶନ କରିଥାନ୍ତି। ପରେ ପରେ ଭକ୍ତ ମାନେ ମନ୍ଦିର ତଳେ ମକର ବେଢାଭାବେ ପରିଚିତ ଗୁମ୍ଫାରେ ପ୍ରବେଶ କରିଥାନ୍ତି। ଏହି ମକର ସଂକ୍ରାନ୍ତିରେ ମକର ବେଢା ବୁଲିବା ବେଳେ ଭକ୍ତ ମାନଙ୍କ ମୁଣ୍ଡରେ ବାବ ନିଳକଣ୍ଠେଶ୍ୱରଙ୍କ ପାଦୁକା ପଡିଥାଏ ଫଳରେ ସମସ୍ତ ପାପ ଧୋଇହୋଇଯାଏ ବୋଲି ବିଶ୍ୱାସ ରହିଛି। କିମ୍ବଦନ୍ତୀ ଅନୁଯାଇ ରାବଣ ନାମରେ ଜଣେ ଶବର ଆଳୁଖୋଳୁଥିବା ସମୟରେ ପ୍ରଭୁଙ୍କ ଉପରେ କୋଡି ବାଜିବାରୁ ଶିବଲିଙ୍ଗରୁ ରକ୍ତଶ୍ରାବ ହୋଇଥିଲାଏବଂ ସେହି ଶବର ସେଠାରେ ଚେତାଶୁନ୍ୟ ହୋଇପଡିଥିଲେ। ପରେ ମହାଦେବଙ୍କ ସ୍ୱପ୍ନାଦେଶ ପାଇ ସେଠାରେ ସେ ଶୀବଙ୍କ ପୂଜା ଆରମ୍ଭ କରିଥିଲେ। ତେଣୁ ମକର ସଂକ୍ରାନ୍ତି ଅବସରରେ ପ୍ରଥମେ ଶବର ମାନେ ରାତି ୪ ଘଟିକାରୁ ବାବ ନିଳକଣ୍ଠେଶ୍ୱରଙ୍କ ପୂଜା କରିଥାନ୍ତି ଓ ପରେ ପରେ ପୂଜକ ମାନେ ସ୍ନାନ କାରାଇ ବିଧି ଅନୁ୍ୟାଇ ପୂଜା କରିଥାନ୍ତି। ଏଥି ସହିତ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମନ୍ଦିର ପରିଷରରେ ହୋମଯଜ୍ଞ ଓ ଭାଗବତ ପାଠ କରାଯାଇଥାଏ। ଏହି ମକର ସଂକ୍ରାନ୍ତି ଅବସରରେ ବରାହାଟିପୁରାରେ ୧୫ ଦିନ ପର୍ଯ୍ୟନ୍ତ ଏକ ବିରାଟ ମେଳା ଅନୁଷ୍ଠିତ ହୋଇ ଆସୁଛି। ଏହି ମେଳାରେ ମୀନାବଜାର, ଦୋଳି ଓ ବିଭିନ୍ନ ପ୍ରକାର ଦୋକାନ ବଜାର ଦେଖିବାକୁ ମିଳିଥାଏ। ଆଜିଠାରୁ ଆରମ୍ଭ ଏହି ମକର ମେଳାରେ କିଛି ଦୋକାନୀଙ୍କ ଭିଡ ଦେଖାଯାଉଥିବା ବେଳେ କିଛି ଦୋକାନୀ ନିଜନିଜ ଦୋକନ ବସାଇବାରେ ବ୍ୟସ୍ତଥିବା ଦେଖା ଯାଇଛି।