Odiapua.com

ବାରାଣାସୀ କୋର୍ଟର ନିଷ୍ପତ୍ତି: ଜ୍ଞାନବ୍ୟାପୀ ମସଜିଦରେ ପୂଜାପାଠ ପାଇଁ ହିନ୍ଦୁ ପକ୍ଷର ନିବେଦନ ଶୁଣାଣି ଯୋଗ୍ୟ

ନୂଆ ଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ଜ୍ଞାନବ୍ୟାପୀ ଶ୍ରୀଙ୍ଗାର ଗୌରୀ ପୂଜା ବିବାଦ ମାମଲାରେ ଜିଲ୍ଲା ନ୍ୟାୟାଳୟର ବିଚାରପତି ଏ.କେ ବିଶ୍ୱେଶ ନିଷ୍ପତ୍ତି ଶୁଣାଇଛନ୍ତି।

ନିଷ୍ପତ୍ତି ଅନୁଯାୟୀ, ବାରାଣାସୀର ଜିଲ୍ଲା କୋର୍ଟ ଅଞ୍ଜୁମାନ କମିଟିର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅର୍ଥାତ୍ ଏବେ ଏହି ବିବାଦ ଉପରେ ଶୁଣାଣି କରିପାରିବେ କୋର୍ଟ।

ଏହା ପରେ ମୁସଲମାନ ପକ୍ଷକୁ ପ୍ରତିନିଧିତ୍ୱ କରୁଥିବା ଅଞ୍ଜୁମାନ ଇଣ୍ଟେଜାମିଆ କମିଟି ହାଇକୋର୍ଟକୁ ଯିବାକୁ ସ୍ଥିର କରିଛି।

ସୂଚନାଯୋଗ୍ୟଯେ, ଏହି ମାମଲାର ରାୟ ଆସିବା ପୂର୍ବରୁ ଉତ୍ତରପ୍ରଦେଶର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ୍ ପାଟ୍ରୋଲିଂ ବଢ଼ିଛି। ଶାନ୍ତି ଶୃ ସୁନିଶ୍ଚିତ କରାଯାଉଛି। ଶାନ୍ତି ବଜାୟ ରଖିବାକୁ ପୋଲିସ୍ ପକ୍ଷରୁ ଅପିଲ୍ କରାଯାଇଛି।