Odiapua.com

ବାରହା ମାଂସ ଜବତ, ଜଣେ ଗିରଫ

ଢେଙ୍କାନାଳ,୧୯/୧୦,(ଓଡ଼ିଆ ପୁଅ ପି ନାୟକ): ୪ କିଗ୍ରା ବାରହା ମାଂସ ଜବତ କରିଛି ବନ ବିଭାଗ । ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୁମୁସି ଜଙ୍ଗଲ ବାଲିତଇଳାରୁ ଏହାକୁ ଜବତ କରାଯାଇଛି । ଏହାସହ ଏଥିରେ ସଂପୃକ୍ତ  ଥିବା ବ୍ୟକ୍ତିକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ପରଜଙ୍ଗ ଥାନା କୁମୁସି ଗାଁ ତଳସାହିର ବଗା ମହାରଣା ବୋଲି ଜଣାପଡିଛି। ଏହାସହ ସମ୍ପୃକ୍ତ ଅନ୍ୟ ୩ ଜଣ ଫେରାର ଥିବା ଜଣାପଡିଛି ।