Odiapua.com

ବାରହା ଆକ୍ରମଣରେ ଯୁବକ ଗୁରୁତର: ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି

ବାଲିଗୁଡ଼ା, ୧୬/୦୪(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର ମାର୍ଲାଙ୍ଗା ପଞ୍ଚାୟତର ସାଲକି ସିତାଗୁଡ଼ି ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାରହା ଆକ୍ରମଣରେ ଯୁବକ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ପରିବାର ଲୋକେ। ସୂଚନା ପ୍ରକାରେ ସାଲକି ସିତାଗୁଡ଼ି ଗାଁ ର ରୋହିତ ପାଟମାଝୀ ନାମକ ୩୦ ବର୍ଷୀୟ ଜଣେ ଯୁବକ ନିଜ ପରିବାର ଲୋକଙ୍କ ସହ ହଳଦୀ ଖୋଳିବା ପାଇଁ ପଦରକୁ ଯାଇଥିଲେ। ହଳଦୀ ଖୋଳୁଥିବା ସମୟରେ ହଠାତ୍ ଏକ ବାରହା ରୋହିତଙ୍କୁ ଆକ୍ରମଣ କରିଥିଲା। ନିଜକୁ ବାରହା କବଳରୁ ବଞ୍ଚାଇବାକୁ ଚେଷ୍ଟା କଲାବେଳେ ବାରହା ଟି ରୋହିତଙ୍କ ଦୁଇ ହାତକୁ କାମୁଡ଼ି ଦେଇଥିବା ଜଣାପଡ଼ିଛି। ଫଳରେ ରୋହିତଙ୍କ ହାତରେ ଗୁରୁତର କ୍ଷତ ହୋଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ରୋହିତଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଇଛନ୍ତି। ବର୍ତ୍ତମାନ ସେ ଉପଖଣ୍ଡ ଚିକିତ୍ସାଳୟର ୨୯ ନଂ ବେଡ୍ ରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି।