Odiapua.com

ବାରମ୍ବାର ବିଦ୍ୟୁତ କାଟ : ଗୋଟିଏ ଦୋକାନ ବିକଳ୍ପ ନାହିଁ

ବାହାନଗା,୦୪ା୧୧(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଅଞ୍ଚଳରେ ବିଦ୍ୟୁତ କାଟ ଦିନକୁ ଦିନ ବଢି ବଢି ଚାଲିଛି । ଫଳରେ ଲୋକେ ଅତିଷ୍ଠ ହେବାରେ ଲାଗିଛନ୍ତି । ବିଦ୍ୟୁୁତ କାଟ କାହା ନିର୍ଦ୍ଦେଶରେ ହେଉଛି । ତାହା ସଠିକ କାରଣ ମିଳୁ ନାହିଁ । ସେକ୍‌ସନରେ ପଚାରିଲେ ୩୩ କେଭି ଫଲ୍ଟ କହି ଉପରିସ୍ଥ ଅଧିକାରୀ ମାନେ ଏଡ଼ାଇ ଦେଉଥିବାର ଜଣାପଡ଼ିଛି । ଯାହା ହେଲେବି ଇଲେକ୍ଟ୍ରିର ଗୋଟିଏ ଦୋକାନ ବିକଳ୍ପ ନାହିଁ ସେଥି ପାଇଁ ଚୁପ ହୋଇ ପଡ଼ି ରହିଛନ୍ତି ବିଦ୍ୟୁତ ଗ୍ରାହକ । କରୋନା ମହାମାରୀରେ ସବୁ କିଛି ବନ୍ଦ ହୋଇ ବିଶେଷ କରି ନେଟୱର୍କ ଉପରେ ନିର୍ଭର କରି ଛାତ୍ରଛାତତ୍ରୀ ଠାରୁ ବହୁ କର୍ମଚାରୀ ଚାଲିଥିବା ବେଳେ ଲାଇନ କଟ ହେଲେ ଅଧିକାଂଶ ନେନଟୱକର୍କ ଫେଲ ହେଉଥିବାରୁ ଛାତ୍ରଛାତ୍ରୀ ବେଶୀ ହଇରାଣ ହୋଇ ଥିବାର ଜଣାପଡ଼ିଛି । ଏବେ ସବୁ ଅନ ଲାଇନରେ ପରୀକ୍ଷା ଚାଲି ଥିବା ବେଳେ ବିଦ୍ୟୁତ କାଟ ସାଙ୍ଗକୁ ନେଟୱର୍କ ଫେଲ ତାହା ଚିନ୍ତାର କାରଣ ହୋଇଛି । ତା ଛଡ଼ା ଲାଇନ ଉପରେ ନିର୍ଭର କରି ଜୀବୀକା ଧାରଣ କରି ଚଳୁଥିବା ବ୍ୟବସାୟୀ ହାତ ଗୋଡ଼ ବାନ୍ଧି ବସୁଥିବାର ନଜରକୁ ଆସୁଛି । ଏଭଳି ଆଗକୁ ବିଦ୍ୟୁତ କାଟ ହେଲେ ବଡ଼ ଆନ୍ଦୋଳନକୁ ଏଡ଼ାଇ ଦିଆ ଯାଇ ନପାରେ ବୋଲି ଚର୍ଚ୍ଚା ହେଉଛି ।