Odiapua.com

ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ମିଳିପାରିନି ନ୍ୟାୟ, ସାଧାରଣ ଗୁହାରୀ କରିବେ କାହାକୁ

ବଲାଙ୍ଗୀର, ୧୦-୧୦ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ଥାନା ଅଧିନସ୍ଥ ମିନାପାଲି ଗ୍ରାମର ଜୀବର୍ଦ୍ଧନ ସୁନା (୪୬) ନାମକ ଜଣେ ବ୍ୟକ୍ତି ଙ୍କୁ ପୂର୍ବରୁ ଜମିବିବାଦ ନେଇ ମିଳିତ ଭାବେ ଆକ୍ରମଣ କରାଯାଇଥିଲା। ଏପରି କି ତାଙ୍କ ସ୍ତ୍ରୀ ଓ ବୋହୁ ଙ୍କୁ ୬ ଜଣ ମିଶି ଆକ୍ରମଣ କରିଥିଲେ। ଉକ୍ତ ଜୀବର୍ଦ୍ଧନ ଙ୍କ ବାମ ଗୋଡ଼ ଅଚଳ ହୋଇଯାଇଥିବା ବେଳେ ସେ ପ୍ରାୟ ତିନି ମାସ ହୋଇଯିବ ପ୍ରଶାସନ ର ଦ୍ୱାରସ୍ଥ ହୋଇ ସୁଦ୍ଧା ଅଭିଯୁକ୍ତ ଙ୍କ ବିରୋଧ ରେ କୌଣସି ପଦକ୍ଷେପ ଅବା ଏତେଲା ନକଲ ଟିଏ ଦିଆଯାଇନାହଁ। ଏ ନେଇ ସେ ବଲାଙ୍ଗୀର ଜିଲ୍ଲାପାଳ ତଥା ଏସ ପି ଙ୍କୁ ମଧ୍ୟ ବାରମ୍ବାର ଗୁହାରୀ କରି ନିରାଶ ହୋଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଟିଟିଲାଗଡ଼ ପୋଲିସ ଉକ୍ତ ଅଭିଯୁକ୍ତ ମାନଙ୍କ ଠାରୁ ୩୦, ୦୦୦ ହଜାର ଟଙ୍କା ନେଇ ତାଙ୍କୁ ଖୋଲା ଛାଡ଼ିଦେଇଛି। ଅପର ପକ୍ଷରେ ଜୀବର୍ଦ୍ଧନ ଏ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ଓ ତାଙ୍କୁ ନ୍ୟାୟ ନ ମିଳେ ତେବେ ଜୀବର୍ଦ୍ଧନ ଓ ତାଙ୍କ ସ୍ତ୍ରୀ ଆମରଣ ଅନଶନ କରିବେ ବୋଲି ଲିଖିତ ଭାବେ ଅଭିଯୋଗ କରିଛନ୍ତି।ଖୋଲା, ଖୋଲି ଜଣେ ନ୍ୟାୟ ପାଇଁ ସମସ୍ତ ଉଚ୍ଚ ଅଧିକାରୀ ଙ୍କୁ ଅନେକ ଥର ଗୁହାରୀ କରି ନିରାଶ ହେଉଥିବା ବେଳେ ସାଧାରଣ ଜନତା ଭରସା କରିବେ କାହାକୁ ।