Odiapua.com

ବାରବାଟୀ ଷ୍ଟାଡିଅମରେ ଆୟୋଜିତ ହେବ ଲିଜେଣ୍ଡ ଟି-୨୦ କ୍ରିକେଟ ଲିଗ ମ୍ୟାଚ 

କଟକ ୨୪/୮ (ଓଡ଼ିଆ ପୁଅ/ଅଭୟ ଜେନା) ବାରବାଟୀ ଷ୍ଟାଡିଅମରେ ଆୟୋଜିତ ହେବ ଲିଜେଣ୍ଡ୍ସ୍ ଟି ୨୦ କ୍ରିକେଟ ଲିଗ୍ ମ୍ୟାଚ। ଆସନ୍ତା ସେପ୍ଟେମ୍ବର ମାସ ୨୭, ୨୯ ଓ ୩୦ ତାରିଖ ରେ ଏହି ଟୁର୍ଣ୍ଣାମେଣ୍ଟ ବାରବାଟୀ ରେ ଖେଳାଯିବ। କ୍ରିକେଟରୁ ଅବସର ନେଇଥିବା ୫୦ରୁ ଉର୍ଦ୍ଧ୍ୱ ଆନ୍ତଜାତୀୟ କ୍ରିକେଟ ଖେଳାଳି ଏହି ଲିଗରେ ଅଶଂ ଗ୍ରହଣ କରୁଛନ୍ତି। ଦେଶର ୬ ଟି ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। କଟକ ସମେତ କୋଲକାତା, ଦିଲ୍ଲୀ, ରାଜକୋଟ, ଯୋଧପୁର, ଲକ୍ଷ୍ନୌ ଏହି ପରି ୫ ଟି ଭେନୁରେ ହେବ ମ୍ୟାଚ। ଏହି ଟୁର୍ନାମେଣ୍ଟରେ ମୋଟ ୪ ଟିମ ଅଂଶ ଗ୍ରହଣ କରୁଛନ୍ତି। ଟିକେଟ ଦର ଆୟୋଜକ ନିର୍ଧାରଣ କରିବେ। ଟିକେଟ ଅନ ଲାଇନ ଓ ଅଫ ଲାଇନରେ ମିଳିବ। ଏ ସମ୍ପର୍କ ରେ ସୂଚନା ଦେଇଛନ୍ତି OCA ସମ୍ପାଦକ ସଞ୍ଜୟ ବେହେରା। ଖେଳାଳିଙ୍କ ତାଲିକାରେ ଭାରତରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ବିରେନ୍ଦ୍ର ସେଓ୍ବାଗ, ହରଭଜନ ସିଂ, ଇରଫାନ ପଠାନ, ୟୁସୁଫ ପଠାନ, ସେହିପରି ବିଦେଶରୁ କ୍ରିସ ଗେଲ, ଶେନ ୱାଟସନ, ବ୍ରେଟ ଲି, ଜଣ୍ଟି ରୋଜସ୍, ଜେଲେଷ୍ଟାଇନ୍, ଜୟସୁରିଆ, ପ୍ରମୁଖ ଯୋଗ ଦେବେ ବୋଲି ସୂଚନା ପ୍ରଦାନ କରିଛନ୍ତି ଓ ସି ଏ ସମ୍ପାଦକ ସଞ୍ଜୟ ବେହେରା।