Odiapua.com

ବାରବାଟି-କଟକ ନିର୍ବାଚନ ମଣ୍ଡଳୀ ତରଫରୁ ବିଜେପିର ସଦସ୍ୟତା ଅଭିଯାନ

କଟକ ୧୯.୦୮ (ଓଡ଼ିଆ ପୁଅ) ରାଉସାପାଟଣା ପ୍ରାଇମେରି ସ୍କୁଲ ସମ୍ମୁଖରେ ବାରବାଟି-କଟକ ନିର୍ବାଚନ ମଣ୍ଡଳୀ ତରଫରୁ ସଦସ୍ୟତା ଅଭିଯାନ ସଂଗଠନ ପର୍ବର ଶୁଭାରମ୍ଭ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବଙ୍କ ଗରିମାମୟ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଏହି ସଦସ୍ୟତା ଅଭିଯାନରେ ୱାର୍ଡ଼ ନଂ.-୨୧, ୨୨, ୨୩, ୨୪, ୨୬, ୨୭, ୨୮, ୨୯ ଓ ୩୦ ରୁ ବିଭିନ୍ନ ସାହିର ବହୁ ମୁରବୀ, ପ୍ରତିଷ୍ଠିତ ବ୍ୟକ୍ତି, ବୁଦ୍ଧିଜିବୀ ସହ ବହୁ ଯୁବବର୍ଗ ଓ ମହିଳା ୨୦୦୦ ରୁ ଉର୍ଦ୍ଧ୍ୱ ସଦସ୍ୟତା ଗ୍ରହଣ କରିଥିଲେ। ଏହି ବୈଠକକୁ କଟକ ନଗର ସାଧାରଣ ସଂପାଦକ ତଥା ସଦସ୍ୟତା ଅଭିଯାନର ସହପ୍ରମୁଖ ଶ୍ରୀ ଦୟାନିଧି ଲେଙ୍କା ପରିଚାଳନା କରିଥିଲେ। ମୁଖ୍ୟ ଅତିଥିଭାବେ ବରିଷ୍ଠ ବିଜେପି ନେତା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ଦେ ତାଙ୍କ ଅଭିଭାଷଣରେ ଦେଶର ସମ୍ପ୍ରତିକ ପରିସ୍ଥିତିରେ ମୋଦିଜୀ ଯେଉଁଭଳି ଭାବରେ ଭାରତକୁ ବିଶ୍ୱଗୁରୁ ରୂପେ ମାନ୍ୟତା ପ୍ରଦାନ କରିଛନ୍ତି। ତାଙ୍କ ନେତୃତ୍ୱରେ ଆକୃଷ୍ଟ ହୋଇ ବହୁ ଯୁବବର୍ଗ ଓ ମହିଳାମାନେ ବିଜେପିରେ ସାମିଲ ହୋଇ କଟକର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜେପିରେ ଯୋଗ ଦେଉଛନ୍ତି ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନଗର ଜିଲ୍ଲା ସଭାପତି ଶ୍ରୀ ଲକ୍ଷ୍ମୀଧର ପ୍ରଧାନ, ପୂର୍ବତନ ମେୟର ନିବେଦିତା ପ୍ରଧାନ, ଗୀତାରାଣୀ ଦାସ, ମୀନକେତନ ଦାସ, ଲିଙ୍ଗରାଜ ହାତୀ, ଶାକ୍ୟସିଂ ମିଶ୍ର, ବିଜୟ ମହାପାତ୍ର, ଅକ୍ଷୟ ଆଚାର୍ଯ୍ୟ, ହରପ୍ରସନ୍ନ ଦାସ, ବାସୁଦେବ ବେହେରା, ସନ୍ତୋଷ ଦାସ, ରମେଶ ମହାରଣା, ଶ୍ୟାମସୁନ୍ଦର ଚୌଧୁରୀ, ଇଂ.ବିଭାଷ ରାଉତ, ପରମାନନ୍ଦ ସେନ୍, ଅମ୍ବିକା ଦାସ, ଲଲାଟେନ୍ଦୁ ଦାସ, ଲକ୍ଷ୍ମୀଧର ଦାସ, ମେଘନାଦ ଦାସ, ଶୁଦର୍ଶନ ଦାସ, ମନିନ୍ଦ୍ର ମଲ୍ଲ, ପ୍ରଦୀପ ମହାରଣା, ସଂଜୟ ଦାସ, ଶିବରାମ ନନ୍ଦି, ନାରାୟଣ ସେନ୍, ଚିନ୍ମୟ ନନ୍ଦି, ଗଗନ ଓଝା, ମୁକେଶ ସାହୁ, ସରୋଜ ରାଉତ, ପ୍ରବୀଣା ମହାପାତ୍ର, ସଂଯୁକ୍ତା ମିଶ୍ର, କଳ୍ପନା ବେହେରା, ସୁମିତ୍ର ସ୍ୱାଇଁ, ସ୍ୱାଧୀନ ମହାନ୍ତି, ସୟଦ୍ ସହନାବାଜ୍ ଅଲ୍ଲି, ସେକ୍. ନସିମ୍, ଆଦିତ୍ୟ ନାରାୟଣ ଦାସ, ଅସଦ୍ ରାଜ, ପ୍ରଭାତ କାହାଳୀ, ମନୋରଞ୍ଜନ ପ୍ରଧାନ, କେଦାର ଦାସ, ବ୍ରଜବନ୍ଧୁ ପରିଡ଼ା, ରଞ୍ଜନ ସେଠୀ, ଶିବ ନାୟକ, ଅଜୟ ସିଂ, ବ୍ରହ୍ମାନନ୍ଦ ସିଂ, ସେକ୍ ଫାୟାଜ୍, ରାଜେନ୍ଦ୍ର ବେହେରା, ସୌମ୍ୟରଞ୍ଜନ ସହ୍ନାରାୟ ପ୍ରମୁଖ ସଦସ୍ୟତା ଅଭିଯାନରେ ସାମିଲ ହୋଇଥିଲେ।