Odiapua.com

ବାମୁଲ ପକ୍ଷରୁ ଗୁଆଁଶୋଳରେ ଦୁଗ୍ଧ ଶୀତଳୀ କରଣ କେନ୍ଦ୍ର ଉଦଘାଟିତ

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ଗୁଆଁଶୋଳ ଠାରେ ବାମୁଲ ପକ୍ଷରୁ ଏକ ଦୁଗ୍ଧ ଶୀତଳୀ କରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଭଦ୍ରକର ପୂର୍ବତନ ଜିଲ୍ଲାପାଳ ଡ. ହୁଶିକେଷ ପଣ୍ଡା ପ୍ରଦ୍ୱୀପ ପ୍ରଜ୍ୱଳନ ପୂର୍ବକ ଏହି ଶୀତଳୀକରଣ କେନ୍ଦ୍ରକୁ ଫିତାକାଟି ଉଦଘାଟନ କରିଥିଲେ। ନିଜ ବକ୍ତବ୍ୟରେ ଓମଫେଡ ଆଜି ଭଳି ଦିନରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଗ୍ରାମାଚଂଳରେ ଦୁଗ୍ଧ ଚାଷୀ ମାନଙ୍କୁ ଏକତ୍ରିତ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଗୋପାଳନ କ୍ଷେତ୍ରରେ ଏକ ବୈପ୍ଲବିକ ଚିନ୍ତାଧାରା ଆଣିଛି ବୋଲି କହିଥିଲେ। ଆଜି ଏହି ଉଦଘାଟନ ସମାରୋହରେ ଓମଫେଡ ର ସାଧାରଣ ପରିଚାଳକ ରଶ୍ମିରେଖା ବିନ୍ଧାଣୀ,ଓମଫେଡ ପକ୍ଷରୁ ରଶ୍ମିରେଖା ସେଠୀ, ଅମ୍ବିକା ବେହେରା, ଗୁଆଁ ଶୋଳ ମହିଳା ସମବାୟ ସମିତିର ସଂପାଦିକା ବିଳାସିନି ତରାଇ, ସଭାନେତ୍ରୀ ସରିତା ମଲିକ, ବନିତା ବେହେରା,ଉର୍ବଶୀ ପରିଡା, ଉର୍ମିଳା ମାଝୀ, ତିଳୋତମା ତରାଇ, ସକୁନ୍ତଳା ତରେଇ, ଶରିତା ମଳିକ, ମଂଜୁଲତା ବାରିକ,ମଞ୍ଜୁଲତା ପଲେଇ,ରୀନାରାଣି ତରେଇ, ଶାନ୍ତିଲତା ତରେଇ ପ୍ରମୁଖ ଯୋଗ ଦେଇଥିବା ବେଳେ ବର୍ତମାନ ଏହି ସମବାୟ ସମିତ ମାଧ୍ୟମରେ ୩ଶହ ଛୋଟ ଚାଷୀ ଗୋ ପାଳନ କରି ଏହି ସମବାୟ ସମିତିକୁ କ୍ଷୀର ଯୋଗାଇ ଆସୁଛନ୍ତି। ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିଲେ ସେମାନେ ଆଗକୁ ବଢିବା ସହ ଗ୍ରାମାଂଚଳରେ ଦୁଗ୍ଧର ବନ୍ୟା ସୃଷ୍ଟି କରିବେ ବୋଲି ମତ ପ୍ରକାଶ ପାଇଥିଲା। ଅନ୍ୟ ପକ୍ଷରେ ମୁଖ୍ୟ ଅତିଥି ଭାବେ ଡ. ହୃଶିକେଶ ପଣ୍ଡା ସମସ୍ତ ଚାଷୀ ମାନଙ୍କୁ ସ୍ୱାବଲମ୍ବୀ ହେବା ସହ ସରକାର ଏହି ଦୁଗ୍ଧ ଚାଷୀ ମାନଙ୍କୁ ନିଶ୍ଚୟ ରୂପେ ସାହାଯ୍ୟ କରିବାକୁ ଆଗେଇ ଆସିବେ ବୋଲି ମଧ୍ୟ ବକ୍ତବ୍ୟ ରଖିଥିଲେ।