Odiapua.com

ବାବା ମାଲବନ୍ଧଙ୍କ ପୀଠରେ ୨୨ତମ ତ୍ରିଦିବସୀୟ ବିଶ୍ୱଶାନ୍ତି ଗ୍ରହଯଜ୍ଞ

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ମହାନ୍ତିପଡ଼ା ଗ୍ରାମ ପଂଚାୟତର ବୌଳଢି ଗ୍ରାମରେ ବାବା ମାଲବନ୍ଧଙ୍କ ପୀଠରେ ଆୟୋଜିତ ୨୨ତମ ତ୍ରିଦିବସୀୟ ବିଶ୍ୱଶାନ୍ତି ଗ୍ରହଯଜ୍ଞ ଭକ୍ତି ଓ ଶ୍ରଦ୍ଧାରେ ଭରିଥିବା ଏକ ଅଲୌକିକ ମହୋତ୍ସବ ପାଳିତ ହୋଇଯାଇଛି। ଏହି ପବିତ୍ର ଅବସରରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ସ୍ଥାନୀୟ ସମିତି ସଭ୍ୟ ନିର୍ମଳ ନାୟକ, ଯୁବନେତା ବିକାଶ ଶ୍ରେଷ୍ଠା, ଶାକଦ୍ୱୀପ ବ୍ରାହ୍ମଣ ସଂଘର ସଭାପତି କୈଳାସ ଚନ୍ଦ୍ର ନାୟକ ଏବଂ ସଭ୍ୟ ବୃନ୍ଦ ଓ ଅନ୍ୟାନ୍ୟ ସମ୍ମାନୀୟ ବ୍ୟକ୍ତିବର୍ଗ ଉପସ୍ଥିତ ରହି ପୂଜାର୍ଚ୍ଚନା କରି ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ।