Odiapua.com

ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମରେ ବନ୍ଧୁ ମିଳନ

କେନ୍ଦ୍ରାପଡା, ୧୧/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମରେ ବିଜୟ ଅଗ୍ରଓା୍ୱଲାଙ୍କ ଆହ୍ୱାନକ୍ରମେ ଏକ ବନ୍ଧୁମିଳନ ଉତ୍ସବ ଆୟୋଜିତ ହୋଇଥିଲା। ଅଧ୍ୟାପକ ଅଜୟ ସାମଲ ପୁରାତନ ବନ୍ଧୁ ସଂଜୟ କୁମାର ସାହୁ (ଡନ୍‌) ଓ ବିଶିଷ୍ଟ ବ୍ୟବସାୟୀ ରୋହିତ ଦାସଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଗତ କରିଥିଲେ। ଦେହାନ୍ତ ହୋଇଥିବା ପୁରାତନ ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ବଳରାମ ନାୟକ, ରବିନ୍ଦ୍ର ପଣ୍ଡା, ରବିନ୍ଦ୍ରନାଥ ରଥ, ନିତ୍ୟାନନ୍ଦ ସେଠୀ, ପରମାନନ୍ଦ ସେଠୀ, ଦୈତାରୀ ସାହୁ, କେଶବ ସାହୁ, ପ୍ରଦୀପ୍ତ ଦାସ, ଗୈାରାଙ୍ଗ ଚରଣ ସାହୁ ପ୍ରମୁଖ ମତ ରଖିଥିଲେ। ପ୍ରତିବର୍ଷ ଭଳି ଏ ବର୍ଷ କୋଭିଡ୍ ଯୋଗୁ ବାହାରେ ବନ୍ଧୁମିଳନ ସମ୍ଭବପର ନ ହେବାରୁ କେନ୍ଦ୍ରାପଡାର ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମରେ କେତେକ ପରିବାରଙ୍କ ସହ ବନ୍ଧୁମିଳନ ହୋଇଥିଲା।