Odiapua.com

ବାବା ଧବଳେଶ୍ୱର କ୍ରିକେଟ ଉଦଘାଟିତ

ହାଟଡ଼ିହି, ୧୫/୧ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଇଞ୍ଚୋଳ ଠାରେ ବାବା ଧବଳେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଆଜିର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଇଞ୍ଚୋଳ ପଞ୍ଚାୟତର ବିଜେଡି ସଭାପତି ତଥା ସାମଜସେବୀ ଅଭିମନ୍ୟୁ ସେଠୀ,ସମ୍ମାନୀତ ଅତିଥି ଭାବେ ସରପଞ୍ଚ ପାର୍ବତୀ ନାଇକ, ନାଏବ ସରପଞ୍ଚ ବିଜୟ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭାଗନେଉଥିବାବେଳେ ଆଜି ବଡରମ୍ପାସ ଓ ଆଭେଞ୍ଜର ଅଁରା, ଦ୍ୱିତୀୟ ମ୍ୟାଚଟି ହାଟଡିହି ଓ ଶାସଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ଆଭେଞ୍ଜର ଅଁରା ଓ ଦ୍ୱୀତିୟ ମ୍ୟାଚରେ ହାଟଡିହି ବିଜୟ ଲାଭ କରିଥିଲେ । ପରେ ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଆଭେଞ୍ଜର ଅଁରା ହାଟଡିହିକୁ ପରାସ୍ତକରି ଫାଇନାଲକୁ ଉତିନ୍ନ ହୋଇଛି । ଅମ୍ପାୟାର ଭାବେ ବଳରାମ ରାଉତ, ନଗେନ ସା, କାର୍ତ୍ତିକେଶ୍ୱର ମଲ୍ଲିକ ଖେଳ ପରିଚାଳନା କରିଥିବାବେଳେ ସରୋଜ ନାୟକ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ଶ୍ରୀମନ୍ତ ନାୟକ, ରାଜୀବ ନାୟକ, ସୁକୁମାର ନାୟକ, ସନ୍ତୋଷ ପଣ୍ଡା, ଲିପୁନ ପଣ୍ଡା, ବାପୁଜି ସୁଆର, ପ୍ରଭାତ ପାତ୍ର, ଶଶିକାନ୍ତ ପଣ୍ଡା, ସରୋଜ ନାୟକ, ପାର୍ଥ ନାୟକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଛନ୍ତି । ଆସନ୍ତାକାଲି ଭଦ୍ରକ ଓ ଆନନ୍ଦପୁର ଏବଂ ରାଣିଗଡା ଓ ବନ୍ତ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୁତ୍ରରୁ ଜଣାଯାଇଛି ।