Odiapua.com

ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ନୀତି ବିଭ୍ରାଟ, ଭାଙ୍ଗିଲା ଶହଶହ ବର୍ଷର ପରମ୍ପରା, ପବିତ୍ର ସ୍ନାନପୂର୍ଣ୍ଣିମାରେ ହୋଇ ପାରିଲାନି ମହାସ୍ନାନ ନୀତ

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୋମବାର ପବିତ୍ର ସ୍ନାନ ପୂର୍ଣ୍ଣିମା ଦିନ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ନୀତି ବିଭ୍ରାଟ ଦେଖା ଦେଇଥିଲା। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସମନ୍ୱୟ ଅଭାବ ଯୋଗୁଁ ଅପରାହ୍ନରେ ହେବାକୁ ଥିବା ମହାସ୍ନାନ ହୋଇ ପାରିନଥିଲା। ଫଳରେ ଶହଶହ ବର୍ଷର ଭାଙ୍ଗିଛି ପରମ୍ପରା। ଯାହାକୁ ନେଇ ମନ୍ଦିର ସେବାୟତ ପ୍ରଶାସନକୁ ଦାୟୀ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପବିତ୍ର ସ୍ନାନପୂର୍ଣ୍ଣିମା ଦିନ ବାବାଙ୍କର ସକାଳ ନୀତି କାନ୍ତି ସମ୍ପନ୍ନ ହେବା ପରେ ଥିବା ୧ଟା୩୦ରେ ମଧ୍ୟାହ୍ନ ଧୂପ ନୀତି ପରେ ଏକଘଂଟା ଅବକାଶ(ଶୟନ)ନୀତି ହୋଇଥିଲା ପରେ ଅପରାହ୍ନ ୩/୩୦ ରୁ ୪/୩୦ ମଧ୍ୟରେ ମହାସ୍ନାନ ନୀତି ହେବା ପାଇଁ କିଛି ସେବାୟତ ବୈତରଣୀ ନଦୀକୁ ଜଳ ଆଣିବା ପାଇଁ ଯାଇଥିବା ବେଳେ , ଏପଟେ ବାବାଙ୍କୁ ବଡ଼ସିଂହାର ବେଶରେ ସଜ୍ଜିତ କରାଯାଇଥିଲା। ଫଳରେ ମହାସ୍ନାନ ନୀତି ନହୋଇପାରିବା ସହ କିଛି ସମୟ ଧରି ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ପରମ୍ପରା ଅନୁଯାୟୀ ସ୍ନାନ ପୂର୍ଣ୍ଣିମା ଦିନ ଅପରାହ୍ନ ୩/୩୦ ରୁ ୪/୩୦ ମଧ୍ୟରେ ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ବାବାଙ୍କର ବଡ଼ସିଂହାର ବେଶ ହୋଇଥାଏ। ହେଲେ ପୂର୍ବରୁ ମନ୍ଦିର ପ୍ରଶାସନ ପାଳିଆ ସେବାୟତ କିମ୍ବା ନୀତିରେ ଯୋଗ ଦେଇଥିବା ସେବାୟତଙ୍କ ସହ ଆଲୋଚନା କରାଯାଇନଥିବା ବେଳେ ସମୟନୀର୍ଘଂଟ ମଧ୍ୟ କରାଯାଇନଥିବା ବରିଷ୍ଠ ସେବାୟତ କହିଛନ୍ତି। ଯାହାକି ଉଭୟଙ୍କର ସମ୍ବନୟ ଅଭାବ ଯୋଗୁ ଆଜି ବାବାଙ୍କ ମନ୍ଦିରରେ ନୀତି ବିଭ୍ରାଟ ଦେଖା ଦେବା ସହ ପରମ୍ପରା ଭଙ୍ଗ ହୋଇଛି। ଅପରାହ୍ନରେ ମହାସ୍ନାନ ହୋଇ ପାରିନଥିବାରୁ ସଂଧ୍ୟା ଯାଏଁ କୈଣସି ନୀତି ହୋଇପାରିନଥିଲା।