Odiapua.com

ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କଲେ ନୂତନ ଜିଲାପାଳ

ଭଦ୍ରକ, ୧୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନୂତନ ଜିଲାପାଳ ଭାବେ ଯୋଗ ଦେଇଥିବା ଦିଲ୍ଲୀପ ରାଉତରାୟ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ଆଜି ଆରଡିପୀଠକୁ ଆସି ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିôଥଲେ । ପରେ ଜିଲାପାଳ ଶ୍ରୀ ରାଉତରାୟ ମନ୍ଦିର ବେଢା ପରିକ୍ରମା କରିବା ସହ ସେବାୟତମାନଙ୍କ ସହ ପୀଠର ବିକାଶ ଓ ଉନ୍ନୟନ କାର୍ଯ୍ୟ ବାବଦରେ ଆଲୋଚନା କରିଥିଲେ । ଜିଲାପାଳଙ୍କୁ ମନ୍ଦିର ପ୍ରଶାସନ ଓ ସେବାୟତ ଟ୍ରଷ୍ଟବୋର୍ଡଙ୍କ ପକ୍ଷରୁ ବାବାଙ୍କ ତୈଳ ଫଟୋଚିତ୍ର ପ୍ରଦାନ କରି ସ୍ୱାଗତ ଜଣାଯାଇଥିଲା । ପରେ ଜିଲାପାଳ ଭଦ୍ରକ ଅଭିମୁଖେ ଫେରିଯାଇଥିଲେ ।