Odiapua.com

ବାପୁଜୀ ହାଇସ୍କୁଲର ନୂତନ ଗୃହ ଉଦ୍‌ଘାଟିତ ଓ ମୁଖପତ୍ର ଲୋକାର୍ପଣ

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗେଲପୁର ସ୍ଥତ ବାପୁଜୀ ହାଇସ୍କୁଲର ନୂତନ ଗୃହର ଉଦ୍‌ଘାଟନ ଏବଂ ବିଦ୍ୟାଳୟର ମୁଖପତ୍ର ‘ଉନ୍ମେଷ’ ଲୋକାର୍ପଣ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମାରୋହର ଉଦ୍‌ଘାଟକ ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗ ଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ଭଦ୍ରକ ବିଧାୟକ ସଂଜିବ କୁମାର ମଲ୍ଲିକ, ସମ୍ମାନନୀୟ ଅତିଥି ଭାବେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ଜିଲ୍ଳା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଜିଲ୍ଳାପରିଷଦ ସଭ୍ୟା ଗୀତାଞ୍ଜଳୀ ମଲ୍ଲିକ ଯୋଗ ଦେଇଥିଲେ । ଉତ୍ସବରେ ସାଂସଦଙ୍କ ପ୍ରତିନିଧି ଅସିତ୍ କୁମାର ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ ।

ଅନ୍ୟତମ ଅତିଥି ଭାବେ ଗେଲପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସରୋଜ କୁମାର ଲେଙ୍କା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଓଷ୍ଟାର ରାଜ୍ୟ ସଭାପତି ଅକ୍ଷୟ କୁମାର ମିଶ୍ର ଯୋଗ ଦେଇଥିଲେ । ଉତ୍ସବର ପ୍ରାରମ୍ଭରେ ସାଂସଦଙ୍କ ଅନୁଦାନ ପାଣ୍ଠିରେ ନିର୍ମିତ ନୂତନ ପକ୍‌କା ଗୃହକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ । ଛାତ୍ରଛାତ୍ରୀମାନେ ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏବଂ ବିଦାୟୀ ପ୍ରଧାନ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଏକ ବିଦାୟୀ ସଂଗୀତ ଗାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଲେଙ୍କା ଅତିଥି ପରିଚୟ ପ୍ରଦୀପ୍ତ କୁମାର ଦାସ ବିବରଣୀ ପାଠ କରିଥିଲେ । ପୁରାତନ ଶିକ୍ଷୟିତ୍ରୀ ସୁଷମା ପାଠୀ, ଧରିତ୍ରୀ ଲେଙ୍କା, ଅତିଥି ଶିକ୍ଷକ ବଟକୃଷ୍ଣ ରାଉତ, ଧୁଷୁରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ହୋତା, ପୂର୍ବତନ ଶିକ୍ଷୟିତ୍ରୀ ସୁରଜିତା ନାୟକ, ଶିକ୍ଷୟିତ୍ରୀ ଚାରୁଲତା ମହାପାତ୍ରଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ ଅଧ୍ୟୟନରତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସାମ୍ବାଦିକ ରାଜେଶ ଦାସ ଏବଂ ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ । ପୂର୍ବତନ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କ୍ଷୀତିଶ ଚନ୍ଦ୍ର ଜେନା, ବସନ୍ତ କୁମାର ନାୟକ, ଶଶିକାନ୍ତ ଲେଙ୍କା, ସୁଶୀଲ କୁମାର ରାଉତ ସହଯୋଗ କରିଥିଲେ ।