ଭଦ୍ରକ, ୧୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାସୁଦେପୁର ବିଧାୟକଙ୍କର ତିହିଡ଼ି ବ୍ଲକ ପ୍ରତିନିଧି ଭାବେ ବିଜୟ ନାୟକ ଓରଫ୍ ବାପୁଜୀ ନାୟକଙ୍କୁ ନିଯୁକ୍ତି ମିଳିଛି। ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ସୁପାରିଶ କ୍ରମେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ବାପୁଜୀଙ୍କୁ ତିହିଡ଼ି ବ୍ଲକର ବାସୁଦେବପୁର ନିର୍ବବାଚନ ମଣ୍ଡଳୀ ଅଧୀନ ୯ପଞ୍ଚାୟତର ପ୍ରତିନିଧିଭାବେ ନିଯୁକ୍ତି ଦେଇଛନ୍ତି। ବାପୁଜୀ ନାୟକ ଦୀର୍ଘ ୨୫ ବର୍ଷ ଧରି ରାଜନିତୀରେ ସକ୍ରିୟ ଭୂମିକା ଗ୍ରହଣ କରି ଜଣେ ଦକ୍ଷ ସଂଗଠକ ଓ ପରୋପକାରୀ ଯୁବ ବ୍ୟକ୍ତିତ୍ୱ ଭାବେ ଘରେଘରେ ପରିଚିତ ହୋଇପାରିଛନ୍ତି। ତାଙ୍କୁ ଏହି ନିଯୁକ୍ତି ମିଳିବା ପରେ ଦଳୀୟ କର୍ମକର୍ତ୍ତାମାନେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ବାପୁଜୀ ଆଜି ଏହି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଧାୟକ ତାଙ୍କୁ ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି ତାହାକୁ ମୁଁ ସୁଚାରୁ ରୂପେ ତୁଲାଇବାକୁ ସଂକଳ୍ପବଦ୍ଧ। ଏଥିସହ ସେ ପୂର୍ବତନମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବିଜେଡି ବ୍ଲକ ସଭାପତି ରଘୁନାଥ ପଣ୍ଡା, ବରିଷ୍ଠ ନେତା ସୁରେନ୍ଦ୍ର କୁମାର ନାୟକ, ହରିହର ସେନାପତି, ଶିକ୍ଷାବିତ୍ ସୁରେନ୍ଦ୍ର ନାୟକ, ସଂଗ୍ରାମ ଦାସ, ଅଜୟ ଦାସ, ପ୍ରବୀର ନାୟକ, କୀର୍ତ୍ତନ ରାଉତ, ବିଷ୍ଣୁ କୁଅଁର, ନିତ୍ୟାନନ୍ଦ ବେହେରା କୃତଜ୍ଞତା ଜ୍ଞାପନ ଜଣାଇବା ସହ ୯ପଞ୍ଚାୟତର ବିଜେଡିର ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତ ସଭାପତିଙ୍କ ସମେତ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।