Odiapua.com

ବାତ୍ୟା –ୟାସ୍ ପରେ ବୈତରଣୀ ବନ୍ୟାରୁ କ୍ଷତିଗ୍ରସ୍ତ ଲୋକମାନଙ୍କର ସୁଧୁରୁଛି ଅବସ୍ଥା

ଯାଜପୁର୩୦ା୫(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବାତ୍ୟା-ୟାସ୍ ରେ ଉପକୁଳ ବର୍ତ୍ତି ଅଞ୍ଚଳର ଲୋକମାନେ କ୍ଷତିଗ୍ରସ୍ତ ହେବା ପରେ ଯାଜପୁର ଜିଲ୍ଲାରେ ବୈତରଣୀ ନଦୀରେ ବନ୍ୟା ଆସି ଲୋକମାନଙ୍କୁ ବୋଛ ଉପରେ ଲଳିତା ବିଡା ଭଳି କଷ୍ଟ ଦେବା ଦେଖିବାକୁ ମିଳିଛି। ଜିଲ୍ଲାର ଦଶରଥପୁର ବ୍ଲକ୍ କଣ୍ଟପହାରେ ୩ଟି ଓ ପହ୍ଲାସାହି ଠାରେ ଗୋଟିଏ ଘାଇ ସୃଷ୍ଟି ହୋଇ କିଛି ପଞ୍ଚାୟତର ଲୋକମାନଙ୍କୁ ପ୍ରଭାବିତ କରିଛି। ଜଳସ୍ତର କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ କିଛି ଗାଁରୁ ସଂପୂର୍ଣ୍ଣ ବନ୍ୟା ପାଣି ଛାଡିନି। ଅନେକ ସ୍ଥାନରେ ଚାଷଜମିରେ ବର୍ଷା ଜଳ ଜମି ରହିଥିବା ବେଳେ ନିଷ୍କାସିତ ହୋଇପାରିନାହିଁ। ଅନ୍ୟ ପଟେ ଘର ବାହୁଡା ଲୋକ ନିଜର ଭଙ୍ଗା ଘର ସଜାଡିବାରେ ବ୍ୟସ୍ତ।

ଭଙ୍ଗା ଘରକୁ ମାଟିରେ ଲିପି ଠିକ କରୁଥିବା ବେଳେ କିଏ ସେଥିରେ ସହଯୋଗ କରୁଥିବାର ଚିତ୍ର ଦେଖିବାକୁ ମିଳିଛି। ଚଳିତବର୍ଷର ବାତ୍ୟା ଓ ବନ୍ୟା ଦଶରଥପୁର, ବିଂଝାରପୁର, ଯାଜପୁର ଏବଂ କୋରେଇ ବ୍ଲକର ପାୟ ୨୫ ହଜାରରୁ ଉର୍ଦ୍ଧ ଲୋକ କ୍ଷତିଗ୍ରସ୍ତ ହୋଇଥିବା ପ୍ରଶାସନ କହୁଛି। ସେଥିରୁ ୧୩ ହଜାର ଉର୍ଦ୍ଧ ଲୋକ ପାଣି ଘେରରେ ରହି ପ୍ରଭାବିତ ହୋଇଥିଲେ। ବୈତରଣୀର ଶାଖା କାଣୀ ନଦୀରେ ହୋଇଥିବା ଘାଇର ମରାମତି ଆରମ୍ଭ ହୋଇଥିବା ବେଳେ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଛି।